www.samajalive.in
Wednesday, December 10, 2025
16.1 C
Bhubaneswar

ମୁଡିସ୍‌ ଆକଳନ: କରୋନା ପ୍ରଭାବ, ଅଭିବୃଦ୍ଧି ମାଇନସ୍‌ ୧୧.୫% ରହିବ

ନୂଆଦିଲ୍ଲୀ: ବଢ଼ି ବଢ଼ି ଚାଲିଛି କରୋନା ମହାମାରୀ ପ୍ରଭାବ। ଏଥିସହ ଦେଶର ଅଭିବୃଦ୍ଧିକୁ ନେଇ ବିଶ୍ବର ବିଭିନ୍ନ ରେଟିଂ ଏ​‌​‌ଜେନ୍ସି ଦ୍ବାରା କରାଯାଇଥିବା ଆକଳନ ଏ ସମ୍ପର୍କରେ ନକରାତ୍ମକ ରିପୋର୍ଟମାନ ଦେଉଛନ୍ତି। କରୋନା ପ୍ରଭାବ ଯେତିିକି ବଢ଼ୁଛି ରେଟିଂ ଏ​‌ଜେନ୍ସିଗୁଡିକ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ସେତିକି କମାଇବାରେ ଲାଗିଛନ୍ତି। ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ୍‌ ଆଜି ଦେଶର ଆର୍ଥିକ ଅଭିବୃଦ୍ଧିରେ ଢେର ହ୍ରାସ ଘଟୁଥିବା ରି​‌ପୋର୍ଟରେ ଦର୍ଶାଇଛି। ରି​‌​‌ପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ମାଇନସ୍‌ ୧୧.୫% ରହିବ। ପୂର୍ବରୁ ଏହି ସମୟରେ ଦେଶର ଅଭିବୃଦ୍ଧି ମାଇନସ୍‌ ୪% ରହିବ ​ବୋଲିମୁଡିସ ଆକଳନ କରିଥିଲା।

ଭାରତର କ୍ରେଡିଟ୍ ଛବି ବହୁତ ଖରାପ ରହିଛି। ସ୍ବଳ୍ପ ଅଭିବୃଦ୍ଧି, ଅତ୍ୟଧିକ ଋଣ ଭାର ଏବଂ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ଯୋଗୁ ଦେଶର କ୍ରେଡିଟ୍‌ ଛବି ବିଶ୍ବରେ ଏଭଳି ରହିଛି। ତେବେ ଏହାର ମୁଖ୍ୟ କାରଣ ହେଉଛି କରୋନା ମହାମାରୀର ପ୍ରଭାବ। ଯଦିବା ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ମାଇନସ୍‌ ୧୧.୫% ରହିବା ନେଇ ମୁଡିସ୍‌ ଆକଳନ କରିଛି ତଥା​‌‌ପି ୨୦୨୧-୨୨ରେ ଅଭିବୃଦ୍ଧି ୧୦.୬% ରହିବା ନେଇ ଏଜେନ୍ସି ରିପୋର୍ଟରେ କହିଛି। ତେବେ ମୁଡିସ୍‌ର ଏହି ରିପୋର୍ଟ ବିଶ୍ବର ଅନ୍ୟତମ ରେଟିଂ ଏଜେନ୍ସି ଫିଚ୍‌ ସହ ମେଳ ଖାଉଛି। ଗତ ସପ୍ତାହରେ ଫିଚ୍‌ ଭାରତର ଅଭିବୃଦ୍ଧି ଚଳିତ ଆର୍ଥିକବର୍ଷରେ ୧୦.୫% ରହିବବୋଲି​ ଆକଳନ କରିଥିଲା। ତେବେ ଘରୋଇ ରେଟିଂ ଏଜେନ୍ସି କ୍ରିସିଲ୍‌ ଏବଂ ଇଣ୍ଡିଆ ରେଟିଂସ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ଯଥାକ୍ରମେ ୯% ଏବଂ ୧୧.୮% ରହିବ​‌ ​ବୋଲି ଆକଳନ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories