www.samajalive.in
Monday, December 8, 2025
24.1 C
Bhubaneswar

ରେକର୍ଡ଼ ଭାଙ୍ଗୁଛି କରୋନା ; ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୧୯୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗୁଛି। ରାଜ୍ୟରେ ୨୪ ଘଣ୍ଟାରେ ନୂଆ ୪ ହଜାର ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୪୭୬ ଓ ୧ ହଜାର ୭୨୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଛି। ୧,୧୮,୬୪୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫,୬୭୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

- Advertisement -

୩୦ ଜିଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୭୫୮ ସର୍ବାଧିକ। ଅନୁଗୁଳରୁ ୧୦୮, ବାଲେଶ୍ୱରରୁ ୧୩୦, ବରଗଡ଼ ୯୫, ଭଦ୍ରକ ୫୩, ବଲାଙ୍ଗୀର ୧୯୭, ବୌଦ୍ଧ ୧୯, କଟକ ୩୬୭, ଦେଓଗଡ଼ ୩୪, ଢେଙ୍କାନାଳ ୮୦, ଗଜପତି ୧୪, ଗଞ୍ଜାମ ୪୪, ଜଗତସିଂହପୁର ୯୭, ଯାଜପୁର ୧୫୬, ଝାରସୁଗୁଡ଼ା ୯୫, କଳାହାଣ୍ଡି ୯୩, କନ୍ଧମାଳ ୭୮, କେନ୍ଦ୍ରାପଡ଼ା ୧୪୩, କେନ୍ଦୁଝର ୬୩, କୋରାପୁଟ ୯୯, ମାଲକାନଗିରି ୨୨, ମୟୁରଭଞ୍ଜ ୧୩୩, ନବରଙ୍ଗପୁର ୯୮, ନୟାଗଡ଼ ୪୩, ନୂଆପଡ଼ା ୧୧୬, ପୁରୀ ୩୧୦, ରାୟଗଡ଼ା ୧୩୬, ସମ୍ବଲପୁର ୧୩୦, ସୋନପୁର ୭୪, ସୁନ୍ଦରଗଡ଼ରୁ ୧୯୫ ଚିହ୍ନଟ ହୋଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories