www.samajalive.in
Friday, December 12, 2025
14.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା; ଚିକିତ୍ସା ନ ପାଇ ଆଖିବୁଜିଲେ ଗର୍ଭବତୀ

କେନ୍ଦୁଝର ସଦର: ଜିଲାରେ ଗରିବ ଲୋକ ସ୍ବାସ୍ଥ୍ୟସେବା ନ ପାଇ ଅକାଳରେ ପ୍ରାଣ ହରାଉଛନ୍ତି। ସେହିଭଳି ଚ଼ିକିତ୍ସା ଅବହେଳାରୁ ଗର୍ଭବତ଼ୀ ମାନେ ଅସହ୍ୟ ଯନ୍ତ୍ରଣାର ଶିକାର ହୋଇ ପ୍ରାଣ ହରାଇବା ନିତ଼ିଦିନିଆ ଘଟଣାରେ ପରିଣତ ହୋଇଛି। ତ଼େବେ ଏଥିପ୍ରତ଼ି ଜିଲା ପ୍ରଶାସନ ଯତ୍ନବାନ ହେଉ ନଥିବା ଅଭିଯୋଗ ହୋଇ ଆସୁଥିଲେ ହେଁ ଏ ଦିଗରେ ପଦକ୍ଷେପ ନିଆଯାଉନି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚ଼ିକିତ୍ସାରେ ବିଳମ୍ବ ହେବାରୁ ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଜଣେ ଗର୍ଭଵତ଼ୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରରୁଆଁ ବ୍ଲକ ପତ୍ରପଚ଼ା ଗ୍ରାମର ଧୀରେନ ନାଏକଙ୍କ ପତ୍ନୀ ଦମୟନ୍ତୀ ନାଏକ(୩୨)। ଗୁରୁବାର ଦମୟନ୍ତୀ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରରୁଆଁ ମେଡ଼ିକାଲ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତ଼ର ହେବାରୁ ଡ଼ାକ୍ତର ତାଙ୍କୁ କରଞ୍ଜିଆ ମେଡ଼ିକାଲ ପଠାଇଥିଲେ। ସେଠାରେ ଅବସ୍ଥା ଅତ଼ି ଗୁରୁତ଼ର ହେବାରୁ ଶୁକ୍ରବାର ସନ୍ଧ୍ୟା ୫ଟାବେଳେ ଜିଲା ମୁଖ୍ୟ ଚ଼ିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡ଼ାକ୍ତର ଚ଼ିକିତ୍ସା ଆରମ୍ଭ କରିବା ପୂର୍ବରୁ ଦମୟନ୍ତୀଙ୍କୁ ମୃତ଼ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି। ଜିଲାରେ ଦିନକୁ ଦିନ ଚ଼ିକିତ୍ସା ନ ପାଇ ଗର୍ଭବତ଼ୀମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଉଛନ୍ତି। ଜିଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories