www.samajalive.in
Saturday, December 6, 2025
16.1 C
Bhubaneswar

ଅବାଧ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଧିନସ୍ଥ ବଡମାଳ ରେଂଜର ରେଙ୍ଗାଳି ବଡମାଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଅବାଧ ହରିଣ ଶିକାର କିରଥିବା ଅଭିଯୋଗରେ ବନବିଭାଗ ୨ଜଣଙ୍କୁ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଓ ୫୦କେଜି ମାଂସ ଜବତ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଶିକାରୀ ଦ୍ୱୟ ହେଲେ ରେଙ୍ଗାଳି ପଞ୍ଚାୟତ ସୁନାମୁଦି ଗ୍ରାମର ମହେନ୍ଦ୍ର ସନ୍ୟାସୀ(୫୦) ଓ ବଡମାଳ ଗ୍ରାମର ଚିତ୍ତ ପୋଢ(୪୨)।

ସୂଚନାଯୋଗ୍ୟ ଯେ ଗୁରୁବାର ବିଳମ୍ବିତ ରାତ୍ରୀରେ ରେଙ୍ଗାଳି ବଡମାଳ ସଂରକ୍ଷିତ ଜଙ୍ଗଲକୁ କିଛି ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ଯାଇଥିବା ସୁଚନା ମିଳିଥିଲା। ଖବର ପାଇ ବଡମାଳ ରେଂଜ ଅଧିକାରୀ ପ୍ରଦିପ କୁମାର ସେଠୀ, ଫରେଷ୍ଟର ତ୍ରିନାଥ ଭବସାଗର ସଦଳବଳେ ସଂରକ୍ଷିତ ଜଙ୍ଗଲରେ ଚଢଉ କରି ରାତ୍ରୀ ପ୍ରାୟ ସାଢେ ୨ଟା ବେଳକୁ ଶିକାର ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ଏକ ଗୁଳି ଭର୍ତ୍ତି ଦେଶି ବନ୍ଧୁକ, ହରିଣ ମୁଣ୍ଡ, ଗୋଡ, ଚମଡା ସହ ୫୦ କିଲୋଗ୍ରାମ ମାଂସ ଜବତ କରିଥିଲେ। ବନ ବିଭାଗ ପକ୍ଷରୁ ଜବତ ମାଂସ ରେଢ଼ାଖୋଲ ଆଣି ପ୍ରାଣିଧନ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଇ ପୋତି ଦେଇଥିବା ଜଣାପଡିଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ରେଂଜ ଅଂଚଳରେ ଗତ କିଛିଦିନ ହେବ ଶିକାରୀ ମାନେ ସକ୍ରିୟ ଥିବା ଦେଖାଦେଇଛି। କେତେବେଳେ ବିରଳ ବଜ୍ରକାପ୍ତା ଚୋରା ଚାଳଣ କରୁଥିବା ବେଳେ ଆଉ କେତେବେଳେ ଦନ୍ତାହାତୀ ଶିକାର କରି ମୂଲ୍ୟବାନ ଦାନ୍ତ ବାହାର ରାଜ୍ୟ ଚାଲାଣ ହେଉଥିବା ନଜିର ରହିଛି। ଏପରିକି ବନ ବିଭାଗ ହାତରେ ଅବାଧ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ପୁର୍ବରୁ ଅନେକ ଶିକାରୀ ଗିରଫ ହୋଇ ଜେଲ ଯାଇଥିବା ବେଳେ ମଧ୍ୟ ବନ୍ୟଜନ୍ତୁ ଶିକାର ଉପରେ ରୋକ ଲାଗିପାରି ନାହିଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories