www.samajalive.in
Saturday, December 6, 2025
16.1 C
Bhubaneswar

ସାବତମାଆକୁ ମାଡମାରି ଜୀବନରୁ ମାରି ଦେଇଥିବା ଅଭିଯୋଗରେ ୨ସାବତପୁଅ ଗିରଫ,୨ ସହଯୋଗୀ ଅଟକ

ବେତନଟୀ : ବୈଶିଙ୍ଗାଥାନା ଅଧୀନ ଆମ୍ବଗଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଥିବା ଜଣାଯାଇଛି। ସାବତପୁଅଙ୍କ ମାଡରେ ସାବତମାଅ ଘରଭିତରେ ପଡିରହି ଶୁକ୍ରବାରରାତି ଜୀବନ ହରାଇଥିବା ଖବର ଜଣାପଡିବା ପରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଆମ୍ବଗଡିଆ ଗ୍ରାମର ମଣ୍ଟୁ ସିଂ ତାର ପରିଣତ ବୟସରେ ବିବାହ କରିଥିଲେ ମଧ୍ୟ ଦୀର୍ଘଦିନ ଧରି କୌଣସି ପିଲା ନହେବାରୁ ସେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ପରାମର୍ଶ ଦେଇଥିଲା। ମଣ୍ଟୁ ସିଂ ଦ୍ୱିତୀୟ ବିବାହ କରିବାପରେ ଦ୍ୱିତୀୟପତ୍ନୀଙ୍କ ଠାରୁ ୨ପୁଅ ଓ ଗୋଟିଏ ଝିଅ ଜନ୍ମ ନେଇଥିଲେ। ବିବାହବୟସ ହେବାରୁ ମଣ୍ଟୁ ସିଂ ଝିଅକୁ ବିବାହ ଦେଇଥିଲେ। ମାତ୍ର ୨ପୁଅ ବିବାହ ହେବା ସମୟକୁ ସେମାନଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ। କିଛିଦିନ ଯିବାପରେ ମଣ୍ଟୁ ସିଂ ମଙ୍ଗୁଳୀ ସିଂ ନାମକ ଜଣେ ସନ୍ତାନଥିବା ମହିଳାଙ୍କୁ ତୃତୀୟ ବିବାହକଲେ। ପ୍ରାୟ ୨/୩ ବର୍ଷ ପୂର୍ବେ ଏହି ବିବାହ କରିବାପରେ ଘରେ ଅଶାନ୍ତି ଲାଗିରହିଥିଲା। ଫଳରେ ଦୈନିକ ଝଗଡା ହେବାପରେ ୨ପୁଅ ବିଶ୍ୱମ୍ବର(୨୪) ଓ ଜୟଦେବ(୨୨) ଅଲଗା ରହୁଥିଲେ। ମାତ୍ର ସେମାନେ ସାବତମାଆକୁ ସହ୍ୟ କରିପାରୁନଥିବାରୁ ଅଧିକାଂଶଦିନ ସେମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା।

ଫଳରେ ଗତ ଗୁରୁବାର ରାତି ସାବତପୁଅ ବିଶ୍ୱମ୍ବର ଓ ଜୟଦେବ ମଙ୍ଗୁଳିକୁ ମାଡମାରି ପଳାଇଯାଇଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଶୁକ୍ରବାର ମଙ୍ଗୁଳି ମୃତ୍ୟୁ ବରଣ କରିବା ପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା। ମଙ୍ଗୁଳି ମରିଯାଇଥିବା ଖବରପାଇ ବୈଶିଙ୍ଗାଥାନା ଅଧିକାରୀ ଲକ୍ଷ୍ମୀଧରୀ ସ୍ୱାଇଁ, ଏଏସଆଇ ସୁଶାନ୍ତ ମହାକୁଡ ପ୍ରମୁଖ ସଦଳବଳେ ଆମ୍ବଗଡିଆଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭକରିଥିଲେ। ଘର ଭିତରୁ ମୃତକକୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ମୃତକଙ୍କ ଶରୀରରେ ଥିବା କ୍ଷତଚିହ୍ନକୁ ଦେଖି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଥିଲେ। ପୁଲିସ ମୃତକଙ୍କ ଦ୍ୱିତୀୟ ସ୍ୱାମୀଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବାପରେ ବିଶ୍ୱମ୍ବର ଓ ଜୟଦେବକୁ ସେମାନଙ୍କ ଘରୁ ଉଠାଇଆଣି ପଚରା ଉଚରା କରିଥିଲେ। ସେମାନଙ୍କ କଥାରେ ପୁଲିସକୁ ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପୁଲିସ ସେମାନଙ୍କ ୨ଜଣ ସହଯୋଗୀ ଆମ୍ବଗଡିଆଗ୍ରାମର ଦାସ ସିଂ ଓ ବୁଧିଆ ସିଂଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ଜାଣିବାପରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଶନିବାର ଅପରାହ୍ନରେ ବୈଶିଙ୍ଗାଥାନାରେ ପହଞ୍ଚି ଅଭିଯୁକ୍ତ ୨ଭାଇକୁ ପଚରା ଉଚରା କରିଥିଲେ। ସେମାନେ ବାଡିରେ ପିଟି ସାବତମାଆ କୁ ମାରିଦେଇଛନ୍ତି ବୋଲି ଜଣା ପଡିବାପରେ ପୁଲିସ ସେମାନଙ୍କୁ ଗିରଫକରି ତଦନ୍ତ ଚଳାଇଛି। ଥାନାଧିକାରୀ ଶ୍ରୀ ସ୍ୱାଇଁ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories