www.samajalive.in
Saturday, December 6, 2025
16.1 C
Bhubaneswar

ବିଜେଡି ସାଂସଦ ଓ ବିଧାୟକଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଜାଳିଲେ ବିଜେପି ନେତା

ନବରଙ୍ଗପୁର: ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଜେଡି ବିଧାୟକ ସଦାଶିବ ପ୍ରଧାନୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‍ ଆଇସୋଲେସନରେ ରହୁଛନ୍ତି। ତେବେ ଶନିବାର ସାଂସଦ ଶ୍ରୀ ମାଝୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ସେ ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର କୋଭିଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର କୋଭିଡ୍‍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସାଂସଦ ଶ୍ରୀ ମାଝୀ ଓ ବିଧାୟକ ଶ୍ରୀ ପ୍ରଧାନୀଙ୍କ ସମେତ ଜିଲାର ସମସ୍ତ କରୋନା ଆକ୍ରାନ୍ତଙ୍କର ଆରୋଗ୍ୟ କାମନା କରି ଭାରତୀୟ ଜନତା ପାର୍ଟି(ବିଜେପି) ନେତାମାନେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଭଣ୍ଡାର ଘରଣୀଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିବା ସହ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଥିଲେ। ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା ପଛୁଆବର୍ଗ ସଭାପତି ମନୋଜ ମହାଙ୍କୁଡ, ଜିଲା ଯୁବମୋର୍ଚ୍ଚା ସଭାପତି କାହ୍ନୁ ଦାଶ, ପିଣ୍ଟୁମିଶ୍ର, ନିହାର ବିଷୋୟୀ, ମଧୂସୂଦନ ଗାଦବା ପ୍ରମୁଖ ଉପସ୍ଥିତ ରହିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories