www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳ: ୬ କରୋନା ଯୋଦ୍ଧାଙ୍କ ସମେତ ୪୯ ସଂକ୍ରମିତ ଚିହ୍ନଟ, ଜଣେ ମୃତ

ଫୁଲବାଣୀ: ଜିଲ୍ଲାରେ ଆଜି ୪୯ ସଂକ୍ରମିତ ଚିହ୍ନଟ ସହ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଚିହ୍ନଟଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି। ସେହିମାନେ ହେଲେ ପୁଲିସ୍‍ , ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। ୬ କରୋନା ଯୋଦ୍ଧାଙ୍କ ମଧ୍ୟରେ ୨ ଜଣ ମହିଳା କରୋନା ଯୋଦ୍ଧା ଅଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଓ ୧୭ ଜଣ ମହିଳା ଅଛନ୍ତି। ଗତ କିଛିଦିନ ହେଲା ଚିହ୍ନଟଙ୍କ ମଧ୍ୟରେ ଫୁଲବାଣୀରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ସର୍ବାଧିକ ଫୁଲବାଣୀରୁ ୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଟିକାବାଲିରୁ ୨, ଜି.ଉଦୟଗିରିରୁ ୫, କେ ନୁଆଗାଁରୁ ୩, ଚକାପାଦରୁ ୪, ଦାରିଙ୍ଗବାଡିରୁ ୫, ତୁମୁଡିବନ୍ଧରୁ ଜଣେ, ରାଇକିଆରୁ ଜଣେ, ବାଲିଗୁଡାରୁ ୪, ଫିରିଙ୍ଗିଆରୁ ଜଣେ ଓ ଜିଲ୍ଲା ବାହାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୪୯ ଜଣଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ଜିଲାରେ ୨୭୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜଣେ ମହିଳା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ସେ ଫୁଲବାଣୀର ହୋଇଥିବା ବେଳେ ତାଙ୍କ ବୟସ ୬୪ ବର୍ଷ। ସେ କରୋନା ସଂକ୍ରମିତ ସହ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ଏବଂ ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଆଜିର ମୃତ୍ୟୁକୁ ନେଇ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ବର୍ତମାନ ସୁଦ୍ଧା ମୋଟ ୨୩୦୧ ଜଣ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଏବେ ୪୪୨ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories