www.samajalive.in
Sunday, December 14, 2025
26.1 C
Bhubaneswar

ଦେଶର ଗରିବଙ୍କ ସମସ୍ୟା ଦୂର କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ୧୨ହଜାର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମିତ ହୋଇଥିବା ୧ଲକ୍ଷ ୭୫ ହଜାର ବାସଗୃହକୁ ଆଜି ଉଦ୍‍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ସହ ସେହି ବାସଗୃହଗୁଡ଼ିକର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି।

ଏହି ଅବସରରେ ସେ ଧର,ସିଦ୍ଧି, ସିଙ୍ଗରୁଲି ଓ ଗୋୱାଲିୟର ଜିଲ୍ଲାଗୁଡ଼ିକର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଲୋକମାନଙ୍କର ସମସ୍ୟା ଦୂର କରିବାକୁ ସରକାର ସମସ୍ତ ପ୍ରୟାସ
ଚଳାଇଛନ୍ତି। ଦେଶରେ କୋବିଡ୍‍-୧୯ ସଂକ୍ରମଣ ସତ୍ତ୍ବେ ଏହି ଘର ଗୁଡ଼ିକୁ ନିର୍ମାଣ କରାଯାଇ ସେଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ୧୬ ହଜାର ୪୪୦ଟି ଗ୍ରାମପଞ୍ଚାୟତ ଓ ୨୬ ହଜାର ୫୪୮ଟି ଗ୍ରାମରେ ସିଧା ପ୍ରସାରିତ ହୋଇଛି। ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ୧ କୋଟି ୨୫ଲକ୍ଷ ଲୋକ ପଞ୍ଜିକୃତ ହୋଇଥିଲେ। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଗରିବ ଲୋକମାନଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଗ୍ରାମୀଣରୁ ମଧ୍ୟପ୍ରଦେଶର ୧୭ଲକ୍ଷ ଗରିବ ପରିବାର ଉପକୃତ ହୋଇଛନ୍ତି। ସେପ୍ଟେମ୍ବର ୧୭ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ରାଜ୍ୟ ସରକାର ୩୭ଲକ୍ଷ ଗରିବ ଲୋକଙ୍କୁ ରାସନାକାର୍ଡ ବଣ୍ଟନ କରିବା ବିଷୟ ସେ ଘୋଷଣା କରିଛନ୍ତି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ୨୦୧୬ ନଭେମ୍ବର ୨୦ ତାରିଖରୁ ଆରମ୍ଭ
କରାଯାଇଥିଲା।
ଏହି ଯୋଜନା ଅଧୀନରେ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୧୪ଲକ୍ଷ ବାସଗୃହ ନିର୍ମାଣ କରାଯାଇ ସାରିଛି। ଗ୍ରାମାଞ୍ଚଳରେ ଏଲ୍‍ପିଜି ସଂଯୋଗ,ବିଦ୍ୟୁତ୍‍ ସଂଯୋଗ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡ଼ିକ ସହ ଏହି ଯୋଜନାର ମିଶ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories