www.samajalive.in
Sunday, December 14, 2025
26.1 C
Bhubaneswar

ଏନଇଇଟି ପରୀକ୍ଷାର୍ଥିମାନଙ୍କୁ ନିଜ ନିଜ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇବା ବଲାଙ୍ଗିରରୁ ବାହାରିଲା ୧୦ଟି ଗାଡି

ବଲାଙ୍ଗିର : ବଲାଙ୍ଗିର ଜିଲାର ଏନଇଇଟି ପରୀକ୍ଷାର୍ଥି ମାନଙ୍କୁ ନିଜ ନିଜ କେନ୍ଦ୍ରକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜିଲାର ୧୩୫ ଜଣ ପରିକ୍ଷାର୍ଥୀ ଓ ୯୩ ଜଣ ସେମାନଙ୍କ ଅଭିଭାବକ ମାନଙ୍କୁ ବଲାଙ୍ଗିରରୁ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, କଟକ ଓ ରାଉଲକେଲାକୁ ବସ ଓ ଚାରିଚକିଆ ଯାନରେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏନଇଇଟି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଜିଲା ନୋଡାଲ ଅଧିକାରୀ କେ.ପି ମେହେରଙ୍କ ତତ୍ୱାବଧାନରେ ପରୀକ୍ଷାର୍ଥି ମାନଙ୍କୁ ଗାଡିରେ ବିଭିନ୍ନ ପରୀକ୍ଷାକେନ୍ଦ୍ରକୁ ପଠାଯାଇଛି। ଭୁବନେଶ୍ୱରରେ ଥିବା କେନ୍ଦ୍ରକୁ ତିନୋଟି ବସ ଓ ଗୋଟିଏ ବୋଲେରୋରେ ୭୪ ଜଣ ପରିକ୍ଷାର୍ଥୀ ଓ ୫୧ ଜଣ ଅଭିଭାବକ, ତିନୋଟି ବସରେ ସମ୍ବଲପୁରକୁ ୫୩ ଜଣ ପରୀକ୍ଷାର୍ଥି ଓ ୩୭ଜଣ ଅଭିଭାବକଙ୍କୁ ପଠାଯାଇଛି। ସେହିପରି ବ୍ରହ୍ମପୁରକୁ ୩ଜଣ ପରୀକ୍ଷାର୍ଥି ଓ ୨ଜଣ ଅଭିଭାବକ, ରାଉରକେଲାକୁ ୩ଜଣ ପରୀକ୍ଷାର୍ଥି ଓ ୨ଜଣ ଅଭିଭାବକଙ୍କୁ ଚାରିଚକିଆ ଗାଡିରେ ପଠାଯାଇଛି। ୨ଜଣ ପରୀକ୍ଷାର୍ଥି ଓ ଜଣେ ଅଭିଭାବକଙ୍କୁ କଟକ ଏକ କାରରେ ପରୀକ୍ଷା ଦେବା ପାଇଁ ପଠାଯାଇଛି। ଶନିବାର ସକାଳୁ ବଲାଙ୍ଗିର ସରକାରୀ ଆଇଟିଆଇରୁ ଏହି ଗାଡି ମାନଙ୍କରେ ପରୀକ୍ଷାର୍ଥି ମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଥିଲା। ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଆଇଟିଆଇ ଅଧ୍ୟକ୍ଷ ତଥା ନୋଡାଲ ଅଧିକାରୀ କେ. ପି ମେହେର ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପରିକ୍ଷାର୍ଥୀ ମାନଙ୍କୁ ଶୁଭକାମନା ଜଣାଇଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories