www.samajalive.in
Saturday, December 13, 2025
18.1 C
Bhubaneswar

ଅଗୁସ୍ତା ମାମଲା: ପୂର୍ବତନ ସିଏଜିଙ୍କ ବିରୋଧରେ ମାମଲା ପାଇଁ ଅନୁମତି ଲୋଡ଼ିଲା ସିବିଆଇ

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶୀକାନ୍ତ ଶର୍ମା, ବିମାନବାହିନୀର ପୂର୍ବତନ ଉପମୁଖ୍ୟ ଜସ୍‌ବୀର ସିଂହ ପାନେସର୍‌ଙ୍କ ସହ ବାୟୁସେନାର ଅନ୍ୟ ତିନି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗି ସିବିଆଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ବାୟୁସେନାର ଏହି ତିନି ଅଧିକାରୀ ହେଉଛନ୍ତି ଡେପୁଟି ଚିଫ୍ ଟେଷ୍ଟ୍‌ ପାଇଲଟ୍‌ ଏସ୍‌ଏ କୁନ୍ତେ, ୱିଙ୍ଗ୍ କମାଣ୍ଡର୍‌ ଟୋମାସ୍ ମାଥ୍ୟୁ ଓ କ୍ୟାପ୍‌ଟେନ୍ ଏନ୍ ସନ୍ତୋଷ। ଏମାନଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଫର୍ଦ ପ୍ରସ୍ତୁତ ହୋଇଛି।

ସରକାରଙ୍କ ଅନୁମତି ମିଳିବା ପରେ ଏହା ଦାଖଲ କରାଯିବ। ୨୦୧୦, ଫେବ୍ରୁଆରୀରେ ୩, ୭୨୭ କୋଟି ଟଙ୍କା ମୂଲ୍ୟରେ ୧୨ଟି ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଏକ ବିଦେଶୀ କମ୍ପାନୀକୁ ଠିକା ଦିଆଯାଇଥିଲା। ଏଥିରେ ଅନେକ ଆଇନ ଉଲ୍ଲଙ୍ଘନ ହେବା ସହ ଲାଞ୍ଚ କାରବାରର ଅଭିଯୋଗ ହୋଇଥିଲା। ସେହି ସମୟରେ ଶଶୀକାନ୍ତ ଶର୍ମା ଭାରତର ପ୍ରତିରକ୍ଷା ସଚିବ ଥିଲେ। ପରେ ସେ ୨୦୧୭ପର୍ଯ୍ୟନ୍ତ ସିଏଜି ପଦରେ ଅବସ୍ଥାପିତ ଥିଲେ। ଏହି ମାମଲାରେ ପ୍ରଥମ ଥର ଲାଗି ତାଙ୍କ ନାଁ ଉଠିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories