www.samajalive.in
Saturday, December 13, 2025
21.1 C
Bhubaneswar

ଉପକାରୀ ନଡ଼ିଆ ତେଲ

ଦକ୍ଷିଣ ଭାରତୀୟ ବ୍ୟଞ୍ଜନର ଦୁଇ ମୁଖ୍ୟ ବିଶେଷତ୍ବ ହେଲା ନଡ଼ିଆ ତେଲ ଓ ଭୁର୍ସୁଙ୍ଗ ପତ୍ରର ଉପଯୋଗ। ସେଠାକାର ପ୍ରାୟ ପ୍ରତ୍ୟେକ ବ୍ୟଞ୍ଜନ ନଡ଼ିଆ ତେଲରେ ପ୍ରସ୍ତୁତି ହୋଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏଇ ତେଲର ଅନେକ ଉପକାରିତା ରହିଛି।

  •  ଭିଟାମିନ୍ସ, ମ୍ୟାଗ୍ନେସିୟମ୍, ଫାଇବର୍, ଖଣିଜ ତତ୍ତ୍ବ, କ୍ୟାଲସିୟମ୍ ଭରପୂର ନଡ଼ିଆ ତେଲ ତ୍ବଚାରେ ଲଗାଇବା ମଧ୍ୟ ଭଲ। ଦକ୍ଷିଣ ଭାରତରେ ନାମୀ ରେସ୍ତୋରାଁଗୁଡ଼ିକ ନଡ଼ିଆତେଲକୁ ସଂରକ୍ଷିତ କରି ରାନ୍ଧିବା ନିମନ୍ତେ ବ୍ୟବହାର କରନ୍ତି। ରୋଷେୟାଙ୍କ ମତରେ ନଡ଼ିଆ ତେଲ ଯେତେ ପୁରୁଣା ହେବ, ତା’ର ସ୍ବାଦ ସେତେ ଭଲ ହୋଇଥାଏ।
  •  କରୋନା ମହାମାରୀର ପ୍ରକୋପ ଦେଖିବା ପରେ ପ୍ରତ୍ୟେକ ବର୍ଗର ଲୋକ ଏବେ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଧ୍ୟାନ ଦେଉଛନ୍ତି। ନଡ଼ିଆ ତେଲ ରନ୍ଧା ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ।
  •  ଅନୁଧ୍ୟାନରୁ ପ୍ରମାଣିତ ହୋଇଛି, ନଡ଼ିଆ ତେଲ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ଓଜନକୁ ନିୟନ୍ତ୍ରଣରେ ରଖିବା ସହ ହୃଦ୍‌ରୋଗରୁ ଦୂରେଇ ରଖେ।
  •  ଅମ୍ଳ ରୋଗୀଙ୍କ ନିମନ୍ତେ ଏହା ଏକ ଉତ୍ତମ ତେଲ। ପଇଡ଼ ପାଣି ପିଇବା ସହ ଏହି ତେଲ ରନ୍ଧା ଖାଦ୍ୟ କୋଷ୍ଠକାଠିନ୍ୟ ଓ ଅମ୍ଳ ରୋଗର ସମସ୍ୟା ଭଲ କରିଥାଏ।
  •  ଆଣ୍ଟି-ଏଜିଙ୍ଗ ତତ୍ତ୍ବ ଥିବା ନଡ଼ିଆ ତେଲ ମହିଳାଙ୍କ ହାଡ଼, ଗୋଡ଼କୁ ଶକ୍ତି ଯୋଗାଇଥାଏ। ଯୁବତୀ ଓ ମହିଳାମାନେ ନିୟମିତ ଭାବେ ନଡ଼ିଆ ତେଲର ଉପଯୋଗ ରାନ୍ଧିବା ସମୟରେ କରିବା ଭଲ।
  •  ଖାଦ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ନଡ଼ିଆ ତେଲକୁ ଅଧିକ ଗରମ କରି ରାନ୍ଧନ୍ତୁ ନାହିଁ। ଡାଲି ଛୁଙ୍କ ସମୟରେ ଏହାକୁ ବ୍ୟବହାର କରନ୍ତୁ ନଚେତ୍ ସାଲାଡ୍ ପ୍ରସ୍ତୁତି ସମୟରେ ଅଧ ଚାମଚ ନଡ଼ିଆ ତେଲର ବ୍ୟବହାର କରିପାରିବେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories