www.samajalive.in
Saturday, December 13, 2025
21.1 C
Bhubaneswar

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୩ଶହ କୋଟି ଟଙ୍କାର ବନ୍ୟା ପ୍ୟାକେଜ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଚଳିତ ବର୍ଷ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ସେ ୩ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

୩୩ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କାର ଇନପୁଟ୍ ରିଆତି ମିଳିବ। ​ସେହିପରି ବାରବାସୀ ଫସଲ ପାଇଁ ୧୮,୦୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ। ପ୍ରକୃତ ଚାଷୀଙ୍କୁ ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ବାରବାସୀ ଫସଲ ମଧ୍ୟରେ ଆମ୍ବ , କାଜୁ, ପାନ ଓ ନଡ଼ିଆକୁ ସାମିଲ କରାଯାଇଛି।

- Advertisement -

ବାରବାସୀ ଫସଲ ପାଇଁ ଅତି କମରେ ୨ ହଜାର ଟଙ୍କା ଓ ଅନ୍ୟ ଫସଲ ପାଇଁ ୧ ହଜାର ଟଙ୍କା ମିଳିବ। ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍ ଯୋଗାଇ ଦିଆଯିବ। ୫୦ ପ୍ରତିଶତ ରିଆତିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୩ ହଜାର ଟଙ୍କାରେ ବ୍ୟାଟେରୀ ଚାଳିତ ସିଞ୍ଚନ ଯନ୍ତ୍ର ଏବଂ ୬ ଶହ ଟଙ୍କାରେ ହାତ ଚଳା  ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories