www.samajalive.in
Friday, December 12, 2025
16.1 C
Bhubaneswar

ଲକ୍‌ଡାଉନ୍‌ ହଟି ଥିବାରୁ ନିୟମିତ ଚାଲିବ ଟ୍ରେନ୍

ଭୁବନେଶ୍ବର: ୧୨ରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହଟିଥିବାରୁ ନିୟମିତ ଚାଲିବ ଟ୍ରେନ୍‌ ପୂର୍ବରୁ ବାଲିତ ଟ୍ରେନ୍‌ଗୁଡ଼ିକ ନିୟମିତ ଚାଲିବ। ଭୁବନେଶ୍ବର-ହାୱଡା ଜନଶତାବ୍ଦୀ, ହାୱଡ଼ା ଯଶବନ୍ତବୁର ନିୟମିତ ଚାଲିବ। ଆଂଶିକ ବାତିଲ ଫାଲକ୍‌ନୁମା ଏକ୍ସପ୍ରେସ୍ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ପୁରୋଷୋତ୍ତମ ଏକ୍ସପ୍ରେସ୍‌ ପୂର୍ବ ନିର୍ଦ୍ଧାରିତ ସମୟରେ ଚାଲିବ ବୋଲି ପୂର୍ବତଟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

ରେଳବାଇ ପକ୍ଷରୁ ଦେଶରେ ଆଉ ୪୦ ଯୋଡା ଅର୍ଥାତ୍‌ ୮୦ଟି ଅଧିକ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯିବା ଅନୁକ୍ରମରେ ପୂର୍ବତଟ ରେଳପଥ ପକ୍ଷରୁ ଚଳିତମାସ ୧୨ରୁ ଏହାର ପରିସୀମାରେ ୫ଟି ଅନ୍ତରାଜ୍ୟ ସ୍ବତନ୍ତ୍ର ଟ୍ରେନ ଚଳାଯିବା ​ନେଇ ଘୋଷଣା କରାଯାଇଥିଲା। ତେବେ ସେପ୍ଟେମ୍ବର ୧୨ରୁ ପୂର୍ବତଟ ରେଳପଥରୁ ଆଉ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଇବା ନେଇ ଆଜି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଖୋର୍ଦ୍ଧାରୋଡ଼ରୁ ଅହମଦାବାଦ, ଓ଼ଖା ଏବଂ ଗାନ୍ଧୀଧାମ ମଧ୍ୟରେ ଚଳାଚଳ କରିବ। ତେବେ ଏଥିରେ ଯାତ୍ରା ପାଇଁ ରିଜର୍ଭେସନ୍‌ ବୁକିଂ ଚଳିତମାସ ୧୦ରୁ ଆରମ୍ଭ ହୋଇଛି।

- Advertisement -

ଚାଲିବାକୁ ଥିବା ତିନି ଟ୍ରେନମଧ୍ୟରେ ଖୋର୍ଦ୍ଧାରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪) ଖୋର୍ଦ୍ଧାରୋଡ଼ରୁ ଚଳିତମାସ ୧୨ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ। ଫେରିବା ପଥରେ ଏହି ଟ୍ରେନ ଅହମ୍ମଦାବାଦଠାରୁ ୧୪ରୁ ପ୍ରତି ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ। ଏହି ​ଟ୍ରେନ୍ ଖୋର୍ଦ୍ଧାରୋଡ଼ ଓ ଅହମ୍ମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆରରୋଡ଼, ରାଇପୁର, ଭିଲାଇ ପାୱାର ହାଉସ, ନାଗପୁର, ସୁରଟ ଓ ବରୋଦା ଭଳି ଗୁରୁତ୍ୱପୂର୍ଣ ଷ୍ଟେସନରେ ରହଣି କରିବ।

ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨) ଖୋର୍ଦ୍ଧାରୋଡ଼ରୁ ସେପ୍ଟେମ୍ବର ୧୩ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖାଠାରୁ ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ। ଏହି ଟ୍ରେନ ଖୋର୍ଦ୍ଧାରୋଡ଼ ଓ ଅହମ୍ମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ସୁରଟ, ବରୋଦା, ରାଜକୋଟ ଓ ଦ୍ବାରକା ଆଦି ଗୁରୁତ୍ୱପୂର୍ଣ ଷ୍ଟେସନମାନଙ୍କରେ ରହଣି କରିବ।

ସେହିପରି ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪)ଗାନ୍ଧୀଧାମରୁ ସେପ୍ଟେମ୍ବର ୧୬ରେ ପ୍ରତି ବୁଧବାର ରାତ୍ର ୧୧ ଟାରୁ ଛାଡିବ ଏବଂ ଖୋର୍ଦ୍ଧାରୋଡ଼ରୁ ସେପ୍ଟେମ୍ବର ୧୬ଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ। ଏହି ଟ୍ରେନ ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମ୍ମଦାବାଦ ଭଳି ଗୁରୁତ୍ୱପୂର୍ଣ ଷ୍ଟେସନମାନଙ୍କରେ ରହଣି କରିବ ଓ ଅନ୍ୟପକ୍ଷରେ ଚଳିତମାସ ୧୨ରୁ ପୂର୍ବତଟ ରେଳପଥ ପରିସୀମାରେ ୫ଟି ଅନ୍ତରାଜ୍ୟ ସ୍ବତନ୍ତ୍ର ଟ୍ରେନ ଦୁର୍ଗ-ଭୁବନେଶ୍ୱର, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା,ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର, ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଏବଂ ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ରୁଟ୍‌ରେ ଚଳାଚଳ କରିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories