www.samajalive.in
Friday, December 12, 2025
16.1 C
Bhubaneswar

ଆରୋଗ୍ୟ ହେଲେ ୩୫ ଲକ୍ଷ ୫୦ ହଜାର : ଏକ ମାସରେ ଆରୋଗ୍ୟଙ୍କ ସଂଖ୍ୟା ତିନିଗୁଣ ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୬୫ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୮୮୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ଦେଶରେ ପ୍ରାୟ ୩୫ ଲକ୍ଷ ୫୦ ହଜାର ଲୋକ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର  ୨୦.୬୮% ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମତମାନଙ୍କ ସଂଖ୍ୟା ତୁଳନାରେ ୩.୮ ଗୁଣ ଅଧିକ ରହିଛି।
ଗତ ଏକ ମାସ ମଧ୍ୟରେ ଦେଶରେ ଆରୋଗ୍ୟଙ୍କ ତିନିଗୁଣରୁ ଅଧିକ ବୃଦ୍ଧି ଘଟିଛି। ଆରୋଗ୍ୟଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର, ତାମିଲନାଡୁ, ଦିଲ୍ଲୀ,ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଗୁଜରାଟ ରହିଛି। ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତାମିଲନାଡୁରେ ଆରୋଗ୍ୟଙ୍କ ମଧ୍ୟରୁ ୬୦ ଲୋକ ରହିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ୯୬ ହଜାର ୫୫୧ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମଣ ୪୫ ଲକ୍ଷ ୬୨ ହଜାର ୪୧୫ କୁ ବୃଦ୍ଧି ପାଇଛି। ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୪୩ ହଜାର ୪୮୦ ରହିଛି। ଗତ ୨୪ ଘଣ୍ଟା ଭିତରେ ୧ ହଜାର ୨୦୯ ଜଣ ମୃତ୍ୟୁ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୭୬ ହଜାର ୨୭୧ରେ ପହଞ୍ଚିଛି।
ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଗ୍ରହଣ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି। ଦେଶରେ କୋବିଡ୍‍ ମୃତ୍ୟୁହାର  ୧. ୬୭%  ରହିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କୋବିଡ୍‍ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍‍ ରହିଛି। ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋବିଡ ମୃତ୍ୟୁହାର ଶତକଡ଼ା ୧ ଭାଗରୁ କମ୍‍ ରହିଛି। ଅନ୍ୟପକ୍ଷ​ରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ପାଖାପାଖି ୧୧ ଲକ୍ଷ ୬୩
ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୫ କୋଟି ୪୦ ଲକ୍ଷ ୯୭ ହଜାର ୯୭୫ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories