ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ଆଉ ୮୯, ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯କୁ ବୃଦ୍ଧି ପାଇଛି।
ସେହିପରି ଦେଶରେ ଗୋଟିଏ ଦିନରେ ୧ ହଜାର ୧୧୫ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ସହିତ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩ ହଜାର ୮୯୦ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୭ ହଜାର ୩୯୪ ରହିଛି ଏବଂ ୩୩ ଲକ୍ଷ ୯୮ ହଜାର ୮୪୫ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରେକର୍ଡ ସଂଖ୍ୟକ ୮୯, ୭୦୬ କରୋନା ଆକ୍ରାନ୍ତ ଚିହ୍ନଟ; ଆରୋଗ୍ୟ ସଂଖ୍ୟା ୩୪ ଲକ୍ଷର ନିକଟତର
Popular Categories



