www.samajalive.in
Saturday, December 6, 2025
16.1 C
Bhubaneswar

ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଦୁଇ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ଜବତ

ଶ୍ରୀନଗର :  ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଦୁଇ ଆତଙ୍କବାଦୀ ଗିରଫ ହେବା ସହ ସେମନେଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ବାକ୍ସ ଜବତ ହୋଇଛି।

କୁଲଗାମର ଜବାହର ଟନେଲ ନିକଟରେ ସୁରକ୍ଷା କର୍ମୀମାନେ ଟ୍ରକ ଯୋଗେ କାଶ୍ମୀର ଯାଉଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିଥିଲେ। ସେମାନଙ୍କଠାରୁ ଦୁଇଟି ଏକେ- ୪୭ ରାଇଫଲ, ଆଇଇଡି ଭର୍ତ୍ତି ବାକ୍ସ ଜବତ କରାଯାଇଛି | ସୁରକ୍ଷା ସଂସ୍ଥାର କର୍ମଚାରୀ  ସେମାନଙ୍କୁ ପଚରାଉଚରା କରୁଛନ୍ତି।

- Advertisement -

ସଠିକ୍ ସୂଚନା ଆଧାରରେ ସୁରକ୍ଷା ବାହିନୀ ଜାମ୍ମୁରୁ ଶ୍ରୀନଗର ଯାଉଥିବା ଟ୍ରକକୁ ଜବାହର ଟନେଲ ନିକଟରେ ଅଟକାଇଥିଲା।
ତଲାସୀ ସମୟରେ ଦୁଇ ଆତଙ୍କବାଦୀ ଧରାପଡିଥିଲେ। ଦୁଇଟି ମାଗାଜିନ ସହିତ ଏକ ଏକେ- ୪୭ ରାଇଫଲ, , ତିନୋଟି ମାଗାଜିନ ସହିତ ଏମ-୪ ୟୁଏସ କାର୍ବାଇନ୍, ୧୨ ଟି ମାଗାଜିନ୍ ସହିତ ୬ ଟି ଚାଇନିଜ୍ ପିସ୍ତଲ ଏବଂଆଇଇଡିରେ ଭର୍ତ୍ତି ଏକ ବାକ୍ସ ଉଦ୍ଧାର କରାଯାଇଛି।
ସୁରକ୍ଷା ସଂସ୍ଥାର କର୍ମଚାରୀ ସେମାନଙ୍କୁ ପଚରାଉଚରା କରୁଛନ୍ତି ଏବଂ ସେମାନେ କେଉଁଠାରୁ ଆସିଛନ୍ତି ଏବଂ ଅସ୍ତ୍ରଶସ୍ତ୍ର କିପରି ସେମାନଙ୍କ ନିକଟରେ ପହଞ୍ଚିଛି ଜାଣିବାକୁ ଚେଷ୍ଟା କରୁଛି। ତେବେ ପୁଲିସ ସୂତ୍ରରୁ ପ୍ରକାଶ ଯେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ସ୍ଥାନୀୟ ଲୋକ। ସେମାନେ ଶୋପିଆନ୍ ଜିଲ୍ଲାର ଛୋଟିପୋରାର ବିଲାଲ ଅହମ୍ମଦ କୁଟେ ଏବଂ ଶାହନାୱାଜ ଅହମ୍ମଦ ମୀର ବୋଲି ଜଣାପଡିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories