ଆଇସିଆଇସିଆଇ-ଭିଡିଓକନ୍ ଋଣ ମାମଲା : ୧୯ ଯାଏ ଇଡି ହେପାଜତକୁ ଗଲେ ଦୀପକ କୋଚ୍ଚାର
ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚାରଙ୍କ ସ୍ବାମୀ ତଥା ବ୍ୟବସାୟୀ ଦୀପକ କୋଚ୍ଚାରଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିବା ପରେ ଆଜି ହେପାଜତକୁ ନେଇଛି । ସେ ଚଳିତମାସ ୧୯ ଯାଏ ଇଡି ହେପାଜତରେ ରହିବେ । ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗତକାଲି ଦୀପକଙ୍କୁ ଇଡି ଗିରଫ କରିଥିଲା । ତାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି । ଭିଡିଓକନ୍ ଗ୍ରୁପର ମୁଖ୍ୟ ବେଣୁଗୋପାଳ ଧୂତ୍ ନିଜର କମ୍ପାନୀ ସୁପ୍ରିମ ଏନର୍ଜୀ ଜରିଆରେ ଦୀପକଙ୍କ କମ୍ପାନୀ ନ୍ୟୁ ପାୱାରରେ ଅର୍ଥ ନିବେଶ କରିଥିଲେ । ତେବେ ଏହି ଅର୍ଥ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଆକାରରେ ଅଣାଯାଇ ନିବେଶ କରାଯାଇଥିଲା ।
Comments are closed.