www.samajalive.in
Friday, December 5, 2025
20.1 C
Bhubaneswar

ବଡ଼ସାହିରେ ଆଇଆଇସି ପଦବୀ ଖାଲି : ଅପରାଧୀ ସକ୍ରିୟ

ବଡ଼ସାହି : ମୟୂରଭଞ୍ଜ ଜିଲାର ସର୍ବବୃହତ୍ତ ଥାନା ବଡ଼ସାହିରେ ଥାନାଧିକାରୀ(ଆଇଆଇସି) ପଦବୀ ଏକମାସରୁ ଉଦ୍ଧ୍ୱର୍ ସମୟ ଖାଲି ପଡ଼ିଛି। ଫଳରେ ଥାନା ଇଲାକା ଦିନକୁ ଦିନ ଅପରାଧ ପ୍ରବଣ ହେବା ସାଙ୍ଗକୁ ଅପରାଧି ନିର୍ଭିକ ଭାବରେ ବିଚରଣ କରିବା ଜନସାଧାରଣଙ୍କ ଧନଜୀବନ ପ୍ରତି ବିପଦ ଆଶଙ୍କା ଦେଖା ଦେଲାଣି। ତତ୍କାଳୀନ ଥାନାଧିକାରୀ ଜୟନାରାୟଣ ଖଣ୍ଡାଇ ପଦୋନ୍ନତି ପାଇ କେନ୍ଦୁଝର ଯିବା ପରେ ବଡ଼ସାହି ଥାନାରେ ଯୋଗଦେଇଥିଲେ ବିଶ୍ୱଜ ରାଉତରାୟ। ସ୍ୱଳ୍ପ ସମୟ ରହଣି ମଧ୍ୟରେ ଏକ ବିବାଦୀୟ ଭିଡ଼ିଓ ଭାଇରାଲ ହେବାରୁ ଏସପି ତାଙ୍କୁ ପୁଲିସ ମୁଖ୍ୟାଳୟକୁ ନେଇଯିବାରୁ ପଦବୀ ଖାଲି ପଡ଼ିଥିଲା। ତେବେ ୨୦୧୯ ଡ଼ିସେମ୍ବର ୧୨ତାରିଖରେ ଜଣେ ଅଭିଜ୍ଞ ପୁଲିସ ଇନିସ୍‍ପେକ୍ଟର ଜୟନ୍ତ କୁମାର ବେହେରା ଆଇଆଇସି ଭାବେ ଯୋଗଦେବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରିଥିଲେ। ସେ କାର୍ଯ୍ୟରେ ଯୋଗଦାନ କରିବା ପରେ ପୁରୁଣା ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ନିତ ହୋଇଥିଲା। ବଡ଼ସାହି ଥାନାକୁ ଏକ ଆଦର୍ଶ ଥାନା ଭାବେ ଗଢ଼ିବାର ସ୍ୱପ୍ନ ଦେଖି ଶ୍ରୀ ବେହେରା ପୂର୍ବରୁ ଥିବା ଥାନାଧିକାରୀଙ୍କ ଠାରୁ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଥାନା ପରିସର ଜଙ୍ଗଲ ପାଲଟି ଥିବା ବେଳେ ସେଗୁଡ଼ିକ କର୍ମଚାରୀଙ୍କ ଦ୍ୱାରା ପରିଷ୍କାର କରି ଏକ ସୁନ୍ଦର ପରିବେଶ ସୃଷ୍ଟି ଦେଖିବା ଲୋକ ପ୍ରଶଂସା କରି ରହିପାରିବ ନାହିଁ। ତେବେ କିଛି ଚକ୍ରାନ୍ତକାରୀଙ୍କ କୁଚକ୍ରାନ୍ତରେ କର୍ତ୍ତୃପକ୍ଷ ଜୁଲାଇ ୨୭ତାରିଖରେ ତାଙ୍କୁ ଜିଲା ମୁଖ୍ୟାଳୟକୁ ପ୍ରତ୍ୟାହାର କରିନେଇ କ୍ରାଇମ ବିଭାଗର ଦାୟିତ୍ୱ ଦେଇଛନ୍ତି। ଫଳରେ ଆଇଆଇସି ପଦବୀ ପୁଣି ଖାଲି ପଡ଼ିବାରୁ ବେତନଟୀ ଆଇଆଇସିଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଗଲା। ବ୍ୟସ୍ତ ବହୁଳ ତଥା ଅପରାଧ ପ୍ରବଣ ବେତନଟୀ ଥାନାର ଦାୟିତ୍ୱ ସହିତ ବଡ଼ସାହିର ଅତିରିକ୍ତ ଦାୟିତ୍ୱ ତୁଲାଇବା ଯେକୌଣସି ଅଫିସରଙ୍କ ପାଖରେ କଷ୍ଟକର ପ୍ରମାଣିତ ହେଲା। ଯାହାର ଉଦାହରଣ ବଡ଼ସାହି ଥାନା ଇଲାକାରେ ଅପରାଧ ବୃଦ୍ଧି ପାଇବା। ଦିଗଭ୍ରଷ୍ଟ ଯୁବକମାନେ ସର୍ବସାଧାରଣରେ ଜୁଆ ଖେଳ ଠାରୁ ଆରମ୍ଭ କରି ଚୋରି ଘଟଣା ବର୍ତ୍ତମାନ ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ବଡ଼ସାହି ଥାନାର ଜଣେ ସବଇନିସପେକ୍ଟରଙ୍କର ବାଇକ ସମେତ ୩ଦିନରେ ୪ଟି ବାଇକ ଚୋରି ବର୍ତ୍ତମାନ ପୁଲିସକୁ ଖୋଲା ଚାଲେଞ୍ଚ ଦେବା ଭଳି ହୋଇଛି। ଶନିବାର ରାତିରେ ଥାନା ଠାରୁ ୩କିମି ଦୂର ଛେଳିଆ (ବି) ଗ୍ରାମର ଦେବାଶୀଷ ମହାପାତ୍ରଙ୍କ ଘର ବାରଣ୍ଡାରୁ ହୋଣ୍ଡାସାଇନ ବାଇକ ଚୋରିଯାଇଥିବା ବେଳେ ରବିବାର ରାତିରେ ଥାନା ନିକଟ ସବଇନିସପେକ୍ଟର ଅଶୋକ ବାରିକଙ୍କ ଭଡ଼ାଘରୁ ତାଙ୍କର ପେସନ ପ୍ରୋ, ସୋମବାର ରାତିରେ ଦାନ୍ତୁଣି ଗ୍ରାମର ଗୋବିନ୍ଦ ଖିଲାର ଓ ରାଜେଶ ଲେଙ୍କାଙ୍କ ଘରୁ ଯଥାକ୍ରମେ ହିରୋହୋଣ୍ଡା ଓ ହୋଣ୍ଡା ସାଇନ ବାଇକ ଚୋରି ହୋଇଛି। ତେବେ ତେଲ ସରିଯିବାରୁ ରାଜେଶଙ୍କ ବାଇକଟିକୁ ବୀରେଶ୍ୱରପୁର ହାଇସ୍କୁଲ ପଛପାଶ୍ୱର୍ରେ ଚୋରମାନେ ଫୋପାଡ଼ି ପଳାଇଥିଲେ।

ପ୍ରଥମ ଦୁଇଟି ଘଟଣାରେ ମାମଲା ରୁଜୁ ପୂର୍ବକ ତଦନ୍ତ ଚଳାଇ ସନ୍ଦେହରେ ଜଣଙ୍କୁ ପୁଲିସ ପଚରାଉଚୁରା ଚଳାଇଛି। ତାଙ୍କର ପୁରା ଗ୍ୟାଙ୍ଗ ଧରିବା ପାଇଁ ଯୋଜନା ଚାଲିଛି ବୋଲି ଭାରପ୍ରାପ୍ତ ଥାନାଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। ତେବେ ଯୁକ୍ତିଯୁକ୍ତ କାରଣ ନଥାଇ ଜଣେ ସଫଳ ପୁଲିସ ଅଧିକାରୀଙ୍କୁ ପ୍ରତ୍ୟାହାର କରି ମାସେରୁ ଅଧିକ ସମୟ ସ୍ଥାୟୀ ନିଯୁକ୍ତି ଦିଆ ନଯିବାରୁ ଶାନ୍ତ ବଡ଼ସାହି ଅପରାଧ ପ୍ରବଣ ହେବାକୁ ବସିଛି। କର୍ମଚାରୀ ଅଭାବ ଜନିତ ରାତ୍ରକାଳୀନ ପେଟ୍ରୋଲିଂ ସଠିକ ଭାବରେ ହେଉ ନଥିବାରୁ ଅପରାଧିମାନେ ସକ୍ରିୟ ରହିଛନ୍ତି। ରାତି ସମୟରେ ବ୍ଲକିଂ ପୂର୍ବକ ଯାଞ୍ଚ କଲେ ଅପରାଧି ଧରାପଡ଼ିବେ। କାରଣ ରାତି ସମୟରେ ବ୍ଲକ ଅଞ୍ଚଳରୁ ଏବେ ପ୍ରତ୍ୟେହ ଗୋ-ଚାଲାଣ ଠାରୁ ଆରମ୍ଭ କରି ଲଘୁ ଖଣିଜ ଦ୍ରବ୍ୟ, ବାଉଁଶ, କାଠ, କିରୋସିନି ଓ ମଦ ଚାଲାଣ ହେଉଛି। ମାଫିଆ ସେମାନଙ୍କର ପରିବହନ ଗାଡ଼ିକୁ ସୁରକ୍ଷା ଦେଇ ରାତିସାରା ବୁଲୁଛନ୍ତି। ବଡ଼ସାହି ଥାନା ପରେ ବାଲେଶ୍ୱର ଜିଲା ସୀମା ସ୍ୱଳ୍ପ ଦୂର ଥିବାରୁ ପ୍ରମୁଖ ଗଳାବାଟ ଦେଇ ସେମାନେ ଖସିଯିବାରେ ସକ୍ଷମ ରହୁଛନ୍ତି। ଥାନାର କେତେକ ତଳିଆ କର୍ମଚାରୀ ଅଫିସରଙ୍କ ଯୋଜନା ମାଫିଆଙ୍କୁ ଜଣାଉଥିବାରୁ ସମସ୍ତଙ୍କ କଲ ଡ଼ିଟେଲ୍ଟସ ଯାଞ୍ଚ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି। ବଡ଼ସାହି ଥାନାରେ ଯଥାଶୀଘ୍ର ଜଣେ ସ୍ଥାୟୀ ଥାନାଧିକାରୀଙ୍କୁ ନିଯୁକ୍ତି ଦେବା ସହିତ ଆମ ପୁଲିସ ସମିତି ଜରିଆରେ ଅପରାଧ ନିୟନ୍ତ୍ରଣ ପାଇଁ ସଦସ୍ୟଙ୍କ ମତାମତ ଓ ସହଯୋଗ ଜରୁରୀ ବୋଲି ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରଣଜିତ ଦାସ, ରାଜେନ୍ଦ୍ର କୁମାର ଜେନା, ସୁବାସିନୀ ପତି, କଂଗ୍ରେସ ଦଳର ଜୋନ ସଭାପତି ଶଶାଙ୍କ ଶେଖର କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା ଓ ଗୁଣନିଧି ମହାନ୍ତି ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories