www.samajalive.in
Sunday, December 7, 2025
26.1 C
Bhubaneswar

ରାଇକିଆରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ଦାବି କଲା ନାଗରିକ ମଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରେ ତୁରନ୍ତ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରାଇକିଆରେ ଏହି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଗତ ୨୦୧୭ ରେ ବିଜ୍ଞପ୍ତି ଜାରୀ କରିଛନ୍ତି। ଜିଲ୍ଲାରେ ୩ଟି ନୂତନ କୋର୍ଟ ସ୍ଥାପନ ପାଇଁ ଚଳିଳତ ବର୍ଷ ଅଗଷ୍ଟ ମାସ ୭ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଭିତିଭୁମି ପାଇଁ ଚିଠି ପ୍ରକାଶ ପାଇଥିଲା। ଏହି ତାଲିକାରେ ରାଇକିଆର ନାମ ରହିଥିବାରୁ ଏହାକୁ ଖୁବ ଶିଘ୍ର କାର୍ଯ୍ୟକାରୀ କରିବାକୁ ରାଇକିଆ ନାଗରିକ ମଞ୍ଚ ଦାବୀ କରିଛି।

ଦୀର୍ଘ ବର୍ଷହେଲା ରାଇକିଆରେ କୋର୍ଟ ସ୍ଥାପନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏହା ବିଭିନ୍ନ କାରଣରୁ ହୋଇପାରୁନଥିଲା। ବିଶେଷ କରି ସମସ୍ତ ଭିତ୍ତିଭୂମିର ସୁବିଧା ଥିବା ସତ୍ତ୍ବେ କୋର୍ଟ ସ୍ଥାପନା ହେଉନଥିବାରୁ ସେଠାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ବାବଦରେ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।  ରାଇକିଆରେ ଯେପରି ଖୁବ ଶୀଘ୍ର ଜେଏମଏଫସି କୋର୍ଟ ପ୍ରତିଷ୍ଠା ଦାବି ହୋଇପାରିବ ସେ ନେଇ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଇକିଆ ନାଗରିକ ମଞ୍ଚ ତରଫରୁ ଏକ ଦାବିପତ୍ର ତହସିଲଦାରଙ୍କ ଉଦେଶ୍ୟରେ ତାଙ୍କର ଅନୁପସ୍ଥିତିରେ କାର୍ଯ୍ୟାଳରେ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଖୁବ ଶୀଘ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରାଯିବ ବୋଲି ମଞ୍ଚ ତରଫରୁ କୁହାଯାଇଛି।

- Advertisement -

ଚଳିତ ବର୍ଷ ଜାନୁୟାରୀ ମାସରେ ମଞ୍ଚ ତରଫରୁ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ସାକ୍ଷାତ କରି ରାଇକିଆଠାରେ କୋର୍ଟ ପ୍ରତିଷ୍ଠା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଠାରେ ସୁଚନା ଯୋଗ୍ୟ ରାଇକିଆ ବ୍ଳକର ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ ଘୁ.ଉଦୟଗିରି କୋର୍ଟ ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ମାଲିମକଦ୍ଧମାରେ ସେମାନଙ୍କୁ ଘୁ.ଉଦୟଗିରକୁ ଦୌଡିବାକୁ ପଡୁଛି। ତେଣୁ ସେଠାରେ ତୁରନ୍ତ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ରାଇକିଆ ନାଗରିକ ମଞ୍ଚ ଦାବି କରିଛି। ରାଇକିଆ ଥାନା ଅଧୀନରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୦୦ ମାମଲା ଜି.ଉଦୟଗିରି କୋର୍ଟରେ ବିଚାରଧିନ ରହିଥିବା ମଧ୍ୟ ମଞ୍ଚ ପକ୍ଷରୁ କୁହାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories