www.samajalive.in
Sunday, December 7, 2025
18.1 C
Bhubaneswar

ରାଜଧାନୀରେ ବ୍ୟାଙ୍କ ଲୁଟ୍‌: ଖେଳନା ବନ୍ଧୁକ ଦେଖାଇ ଭୟଭୀତ କଲେ ଲୁଟେରା, ଲୁଟିନେଲେ ଦେଖାଇ ୨.୭୮ଲକ୍ଷ ଟଙ୍କା

ଭୁବନେଶ୍ବର: ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଲୁଟେରାମାନେ ଖେଳାନା ବନ୍ଧୁକ ଦେଖାଇ ୨.୭୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ମୁଣ୍ଡରେ ହେଲ୍‌ମେଟ୍, ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ ପିନ୍ଧି ଲୁଟେରାମାନେ ବ୍ୟାଙ୍କରେ ପ୍ରବେଶ କରିଥିଲେ। ସେତେବେଳେ ବ୍ୟାଙ୍କ ଭିତରେ ମାତ୍ର ଦୁଇ ଜଣ କର୍ମଚାରୀ ଥିବାବେଳେ କୌଣସି ଗ୍ରାହକ ନ ଥିଲେ। ସେମାନେ କର୍ମଚାରୀଙ୍କୁ ଖେଳନା ବନ୍ଧୁକ ସାହାଯ୍ୟରେ ଧମକ ଦେଇ ୨.୭୮ଲକ୍ଷ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି। ତେବେ ସେମାନେ ବ୍ୟବହାର କରିଥିବା ବନ୍ଧୁକ ପରବର୍ତ୍ତି ସମୟରେ ଖେଳନା ବନ୍ଧୁକ ବୋଲି ଜଣାପଡ଼ିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

- Advertisement -


ବ୍ୟାଙ୍କ କର୍ମଚାରୀ କହିଛନ୍ତି ଯେ ଲୁଟେରାମାନେ ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିଥିଲେ। ମୁହଁରେ ମାସ୍କ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ ପିନ୍ଧି ବ୍ୟାଙ୍କରେ ପ୍ରବେଶ କରିଥିଲେ। ବ୍ୟାଙ୍କ ଭିତରେ ମାତ୍ର ଦୁଇ ଜଣ କର୍ମଚାରୀ ଥିବାରୁ ସେମାନେ ବନ୍ଧୁକ ଦେଖି ଭୟଭୀତ ହୋଇଯାଇଥିଲେ। ଲୁଟେରା ଧରିଥିବା ବନ୍ଧୁକ ଖେଳନା କି ନୁହେଁ ତାହା ଜାଣି ପାରିନଥିଲେ। ତେବେ ଲୁଟେରା ଧରିଥିବା ବନ୍ଧୁକ ସତ ହୋଇଥିବା ବୋଲି ଭାବି ନେଇଥିଲେ। ବ୍ୟାଙ୍କ ଲୁଟ୍‌ ପରେ ଲୁଟେରାମାନେ ଦ୍ରୁତ ଗତିରେ ସେଠାରୁ ପଳାଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories