www.samajalive.in
Saturday, December 6, 2025
23.1 C
Bhubaneswar

ଅନୁଭବ ଜାରି କଲେ ପ୍ରେସ ବିବୃତି: କହିଲେ -ଏହା ବ୍ୟକ୍ତିଗତ ପ୍ରସଙ୍ଗ

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ରାଜ୍ୟର ଚର୍ଚିତ ପ୍ରସଙ୍ଗ । ଅନୁଭବ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲେ ଏହି ପ୍ରସଙ୍ଗ ସମ୍ଭବତଃ ଏତେ ଦାନା ବାନ୍ଧି ନ ଥାନ୍ତା । ମାତ୍ର  ଜଣେ ସଫଳ ଅଭିନେତା ଭାବରେ ସେ ଯେତେ ପରିଚିତ, ଜଣେ ରାଜନେତା ଭାବରେ ମଧ୍ୟ ସେ ସେତିକି ଜଣାଶୁଣା । ଆଉ ତାଙ୍କ ପତ୍ନୀ ଭରଣପୋଷଣ ନିମନ୍ତେ ଅଦାଲତର ଆଶ୍ରୟ ନେବା ସହ ଅନୁଭବଙ୍କ ବିରୋଧରେ ଯେଉଁ ଦୀର୍ଘ ଅଭିଯୋଗ ଆଣିଛନ୍ତି ତାହା ତାଙ୍କୁ କାଠଗଡ଼ାରେ ଠିଆ କରାଇ ଦେଇଛି । ଅନ୍ୟପକ୍ଷରେ ଅନୁଭବ ମଧ୍ୟ ଦିଲ୍ଲୀର ପାଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଥିବା ନେଇ ଆଜି ଖବର ମିଳିବା ପରେ ଏହି ବିବାଦ ଆହୁରି ଘନୀଭୂତ ହୋଇଛି ।

ବିିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ଖବର ଅନୁସାରେ ଅନୁଭବ ଯେଉଁ ମାମଲା ରୁଜୁ କରିଛନ୍ତି ସେଥିରେ ତାଙ୍କ ପତ୍ନୀଙ୍କ ସହ କେବେ ତାଙ୍କର ଶାରୀରିକ ସମ୍ପର୍କ ନ ଥିଲା ଓ ଏକାଠି ଥାଇ ମଧ୍ୟ ସେମାନେ ଭିନ୍ନ ଭାବରେ ରହୁଥିଲେ ବୋଲି କୁଆଡ଼େ ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବରେ ବର୍ଷା ଓ ତାଙ୍କ ପରିବାର ତାଙ୍କୁ (ଅନୁଭବଙ୍କୁ) ବିଭିନ୍ନ ସମୟରେ ଅପମାନିତ କରୁଥିବା ଅଭିଯୋଗ କରିବା ସହ ଛାଡ଼ପତ୍ର ନିମନ୍ତେ ଆବେଦନ କରିଛନ୍ତି । ସେହିପରି ବିଭିନ୍ନ ମହିଳା ଓ ସହଯୋଗୀ କଳାକାରଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ମିଛ ଅଭିଯୋଗ ଆଣିଛନ୍ତି। ଜଣେ ଭଲ ସ୍ତ୍ରୀ ଓ ଭଲ ବୋହୂ ହେବାକୁ ବର୍ଷା ଅଯୋଗ୍ୟ ବୋଲି ଉଲ୍ଲେଖ କରି ତାଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି ବୋଲି ଏହି ଆବେଦନପତ୍ରରେ ଦର୍ଶାଯାଇଛି ।

- Advertisement -

ଏହା ମଧ୍ୟରେ ଏକ ପ୍ରେସ ବିଜ୍ଞପ୍ତିରେ ଅନୁଭବ ଏହି ପ୍ରସଙ୍ଗକୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ମାମଲା ବୋଲି ଉଲ୍ଲେଖ କରି ଏହାକୁ ନେଇ ଗଣମାଧ୍ୟମ କୌଣସି ଅପପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି ।

ଏଥିରେ ସେ ଲେଖିଛନ୍ତି ଯେ ଏ ସମ୍ପର୍କରେ ସେ ଦୀର୍ଘଦିନ ଧରି ନିରବତା ଅବଲମ୍ବନ କରି ଆସିଛନ୍ତି । ମାତ୍ର ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେବା ପରେ ସେ ନିଜର ପକ୍ଷ ରଖିବାକୁ ବାଧ୍ୟ ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।

ସେ ପୁଣି ଲେଖିଛନ୍ତି ସେ ବର୍ଷାଙ୍କୁ ବହୁତ ସମ୍ମାନ କରନ୍ତି ଓ ବହୁତ ଭଲ ପାଆନ୍ତି । ଆମ ଭିତରେ ଥିବା ଭୁଲ ବୁଝାମଣାକୁ ସୁଧାରିବା ଲାଗି ବହୁତ ଚେଷ୍ଟା କରିଥିଲେ ହେଁ ତାହା ସଫଳ ହୋଇପାରି ନାହିଁ । ଆମ ଦୁହିଁଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ମୋ ପରିବାର ଓ ମୁଁ ବହୁ ଚେଷ୍ଟା କରି ସଫଳ ହୋଇନାହୁଁ । ତେଣୁ ଅଦାଲତରେ ଏଥିପାଇଁ ବିବାହ ବିଚ୍ଛେଦ ମାମଲା ଦାଖଲ କରିଛନ୍ତି । ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି ଏବଂ ଏଥିନେଇ ସେ ଅଧିକ କିଛି କହିବାବକୁ ଚାହୁଁ ନାହାନ୍ତି । ଏହା ମୋର ଓ ବର୍ଷାଙ୍କର ବ୍ୟକ୍ତିଗତ ମାମଲା, ତେଣୁ ଏହାର ଅପପ୍ରଚାର କରାଯାଉଥିବାରୁ ଆମର ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଛି ବୋଲି ଅନୁଭବ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories