www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର କୋଭିଡ ହସ୍ପିଟାଲକୁ ଭେଣ୍ଟିଲେଟର ଓ ମାସ୍କ ନେବୁଲାଇଜର ଦାନ କଲେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ

ସମ୍ବଲପୁର: ସାରା ବିଶ୍ୱରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ଉପକରଣ ଭେଣ୍ଟିଲେଟର ଓ ମାସ୍କ ନେବୁଲାଇଜର ବହୁଳ ଆବଶ୍ୟକତା ରହିଛି। ଏଣୁ ଏବେ ସାରା ବିଶ୍ୱରେ ଏହି ଦୁଇଟି ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ଉପକରଣ ଗୁଡିକର ଚାହିଦା ବହୁଳ ଭାବରେ ରହିଛି। ଏଭଳି ଘଡସନ୍ଧି ମୂହୁର୍ତ୍ତରେ ସମ୍ବଲପୁର ଜିଲା କୋଭିଡ -୧୯ ହସ୍ପିଟାଲକୁ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ୨ଟି ଭେଣ୍ଟିଲେଟର ଏବଂ ୨ଟି ମାସ୍କ ନେବୁଲାଇଜର ଦାନ କରିଛନ୍ତି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି।
ସିଦ୍ଧାର୍ଥ ଦାସ କହିଛନ୍ତି ଯେ ସମ୍ବଲପୁର ଠାରେ କୋଭିଡ-୧୯ ହସ୍ପିଟାଲ ନିର୍ମିତ ହେବା ପରେ ଜୁଲାଇ ଶେଷ ସପ୍ତାହରୁ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏଠାରେ ଭେଣ୍ଟିଲେଟର ଓ ମାସ୍କ ନେବୁଲାଇଜରର ଆବଶ୍ୟକତା ଢ଼େର ବୃଦ୍ଧି ପାଇଛି। ଏଣୁ ଜିଲା କୋଭିଡ -୧୯ ହସ୍ପିଟାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ଏହାକୁ ଦାନ କରିବା ପାଇଁ ସମ୍ବଲପୁର ଜିଲାପାଳ ଓ ଭିମସାର କୋଭିଡ ଇନଚାର୍ଜ ଡା. ସୁର୍ଦଶନ ପୋଥାଳଙ୍କ ପରାମର୍ଶ ଲୋଡ଼ିଥିଲେ। ସେମାନଙ୍କ ପରାମର୍ଶ କ୍ରମେ ୨ଟି ଭେଣ୍ଟିଲେଟର ଓ ୨ଟି ନେବୁଲାଇଜର ଫ୍ରାନ୍ସର କମ୍ପାନୀକୁ ଅର୍ଡର ଦିଆଯାଇଥିଲା। ଏହି ଜୀବନ ରକ୍ଷାକାରୀ ଉପକରଣ ଗୁଡିକ ସମ୍ବଲପୁର ପହଞ୍ଚିବା ପରେ ସେଗୁଡିକୁ ଯାଞ୍ଚ ପରେ କୋଭିଡ-୧୯ ହସ୍ପିଟାଲରେ ରୋଗୀଙ୍କ ସେବାରେ ନିୟୋଜିତ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବେନ କିଶୋର ପତି, ଓଡିଶା ମୋ ପରିବାରର ସଂଯୋଜକ ନିଶାନ୍ତ ଦୀକ୍ଷିତ ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories