www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧ ଜିଲା ବିଜେପି ସଭାପତିଙ୍କ ସମେତ ୨୯ କରୋନା ପଜିଟିଭ, ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପିଲା

ବୌଦ୍ଧ : ଆଜି ବୌଦ୍ଧ ଜିଲାରେ ନୂତନ ଭାବରେ ୨୯ ଜଣ କରୋନା ପଜିଟିଭ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ନାମ ଥିବା ଜଣାଯାଇଛି। ଶ୍ରୀମହାନ୍ତି ରହୁଥିବା ରାମେଶ୍ୱର କଲୋନୀରୁ ଦୁଇଦିନ ପୂର୍ବରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଥବାବେଳେ ଏଠାରୁ ସମୁଦାୟ ୧୮ ଜଣ ସଂକ୍ରମିତ ହୋଇସାରିଲେଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଶ୍ରୀମହାନ୍ତିଙ୍କୁ ଫୋନ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିବା ଜଣାଯାଇଛି। ତେବେ ତାଙ୍କର କୌଣସି ଲକ୍ଷଣ ନଥିବା ଜଣାଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୧୫ ଜଣ ରହିଥିବାବେଳେ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଚମ୍ପାପୁର ଗ୍ରାମରୁ ୨ ଜଣ, ଆଡେଣୀଗଡ ଓ କରଞ୍ଜକଟା ଗ୍ରାମରୁ ଜଣେ, ବୌଦ୍ଧ ବ୍ଲକ ବଲାସିଙ୍ଗାର ୫ମ ଆଇଆରବି ବାଟାଲିୟନରୁ ୩ ଜଣ, ମୁଣ୍ଡାପଡା ପଞ୍ଚାୟତ ପ୍ରଭାସିନି ନଗରରୁ ଜଣେ, କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନୁରପା ଓ ମନମୁଣ୍ଡା ଗ୍ରାମରୁ ଜଣେ ଓ କଣ୍ଟାମାଳ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାହାରେ ରହୁଥିବା ଜିଲାର ୨ ଜଣ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ଏପର୍ଯ୍ୟନ୍ତ ୧୭୬୯୮ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବାବେଳେ ୧୬୯୬୪ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି। ସେମାନଙ୍କ ମଧ୍ୟରୁ ୮୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୫୬ ଜଣ ସୁସ୍ଥ ହୋଇସାରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories