ଜରାଜୀର୍ଣ୍ଣ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ର, ଫାର୍ମାସିଷ୍ଟ ହାତରେ ଚାଲିଛି ରୋଗୀ ସେବା
ଗଡ଼ମଧୁପୁର: ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ମଧୁପୁରଗଡ ଡାକ୍ତରଖାନାରେ ଦିର୍ଘ ବର୍ଷ ହେବ ଡାକ୍ତର ନିଯୁକ୍ତି ନାହିଁ। ୧୯୩୫ମସିହାରୁ ରୋଗୀମାନଙ୍କ ଚିକିତ୍ସା ସୁବିଧା ପାଇଁ ମଧୁପୁର ଇଷ୍ଟେଟର ରାଜା ନାରାୟଣ ଚନ୍ଦ୍ର ଧୀରେନ୍ଦ୍ର ମଧୁପୁରଗଡ ଠାରେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାପନ କରିଥିଲେ ତାହ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ମଧୁପୁରଗଡ, ମହିଶରା, ସମ୍ପାରୁ, କମାଗଡ, ଅଣ୍ଟିଆ, ପୁରୁଣା ବଉଳମାଳ ଆଦି ପଂଚାୟତର ଲୋକମାନେ ନିର୍ଭରଶୀଳ ରହିଛନ୍ତି। ମଧୁପୁର ୧୬ କୋଷ ଓ ପଡଶା ଢେଙ୍କାନାଳ ଜିଲାର ଆଖପାଖ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମିତ୍ତ ମଧୁପୁରଗଡ଼ଠାରେ ଝିଅ ବ୍ରଜେଶ୍ୱରୀ ଦେବୀଙ୍କ ନାମରେଏକ ଡେସ୍ପେନସରୀ ଖୋଲିଥିଲେ ତାହା ଏବେ ସରକାରୀ ଅବହେଳାର ଶିକାର ହୋଇ ମୃତ ପ୍ରାୟ ପଡିରହିଛି।
ଦୀର୍ଘ ବର୍ଷଧରି ଡାକ୍ତର ନିଯୁକ୍ତି ନଥାଇ ଠିକାଦର ପ୍ରତିପୋଷଣ ନିମନ୍ତେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ଭଙ୍ଗା ଘରର ମରାମତି କରାଯାଉଛି। ତେବେ କୌଣସି କର୍ମଚାରୀ ଘରକୁ ବ୍ୟବହାର କରୁନଥିବାରୁ ତାହା ପୁନର୍ବାର ଭାଙ୍ଗି ଯିବା ସହିତ ସ୍ଥାନୀୟ ଲୋକେ ଝରକା କବାଟ ଖୋଲି ନେଉଛନ୍ତି। ଡାକ୍ତର ନିଯୁକ୍ତି ନଥିବାରୁ ଏଠାକୁ ଆଉ ରୋଗୀ ଅସୁନାହାଁନ୍ତି କି ଏଠାରେ ଔଷଧ ଦୋକାନ ଟିଏ ମଧ୍ୟ ନାହିଁ। ଫାର୍ମାସିଷ୍ଟ ହାତରେ ରୋଗୀ ସେବା ଚାଲିଥିବା ବେଳେ ରୋଗୀ ମାନେ ଆଉ ଏଠାକୁ ନଆସି ଛକ ବଜାରରୁ ବିଭିନ୍ନ ଔଷଧ ଦୋକାନରୁ ଔଷଧ କିଣି ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ତେବେ କୌଣସି ଆବଶ୍ୟକତା ନଥାଇ ଏଠାରେ ଅୟୁଷ ଡ଼ାକ୍ତର ନିଯୁକ୍ତ କରାଯାଇ କେବଳ ଦରମା ଦିଆଯାଉଛି। ଡ଼ାକ୍ତର, କମ୍ପାଉଣ୍ଡର, ଡ୍ରେସର, ଷ୍ଟାପନର୍ସ, ଅଟେଣ୍ଡାଣ୍ଟ ସୁଇପର, ୱାଚମ୍ୟନ ପ୍ରଭୃତି ରହି ଅହରହ ଶତାଧିକ ରୋଗୀଙ୍କୁ ରୋଗୀସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ କେନ୍ଦ୍ରଟି ଏବେ ସ୍ୱାସ୍ଥ୍ୟ ସଚେତନାତା କାର୍ଯ୍ୟଳୟ ଭଳି କାର୍ଯ୍ୟକରୁଛି। ରୋଗୀସେବା ଅଳରେ ଏଠାରୁ କେତେକ କର୍ମଚାରୀ ଦରମା ନେବା ଛଡା ରୋଗୀମାନଙ୍କ ପାଇଁ ଏହା ଅଦରକାରୀ ହୋଇପଡିଛି। ଏପରି ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଆଳରେ ଲକ୍ଷାଧିକ ଟଙ୍କା ବିଭିନ୍ନ ସମୟରେ ଠିକାଦାରକୁ ପୋସିବାକୁ ବିଭାଗ ତରଫରୁ ବ୍ୟୟ ବରାଦ କରାଯାଉଛି। ନିକଟରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଗୃହଟିର ମରାମତି କରାଯାଉଛି। ଯାହାକି ଅନାବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଘରଟିରେ ପୂର୍ବରୁ ଥିବା ସାଳୁଆ, ପିଆଶାଳର ଝରକା କବାଟକୁ କାଢ଼ି ସେଠାରେ ଜିଆଇ ପ୍ଲେଟର କବାଟ ଝରକା ଲଗାଯିବାକୁ ଲୋକେ ବିରୋଧ କରିଛନ୍ତି। ଲୋକମାନଙ୍କ ଅଭିଯୋଗ ଅନୁଯାଇ ରଜା ଅମଳର ସ୍ୱାକ୍ଷର ବହନ କରୁଥିବା ଏହି ଘରର ମଜଭୁତ ଶାଳୁଆ,ପିଆଶାଳ ବହୁ ପୁରୁଣା ଝରକା କବାଟକୁ କାଢ଼ି ସେହି ସ୍ଥାନରେ ଲୁହାର ଲଗାଯିବା ପଛରେ କେବଳ ଠିକାଦାର ପ୍ରତିପୋଷଣ ମୂଖ୍ୟ ଲକ୍ଷ ହୋଇଥାଇପାରେ।
ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ଗଣମାଧ୍ୟମର ଖବର ଏସବୁ ଜିଲା ମୁଖ୍ୟସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କିମ୍ବା ପ୍ରଶାସନ କାହାରି କର୍ଣ୍ଣଗୋଚର ହେଉନାହିଁ। କାଗଜପତ୍ରରେ ଚାଲୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ତାର ପୁର୍ବ ଗୌରବ ହରାଇ ସାରିଛି। ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗିମାନେ ଚିକିତ୍ସା ସୁବିଧା ପାଉନଥିଲେ ବି ସରକାର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ବାବାଦରେ ଅନେକ ଅର୍ଥଶ୍ରାଦ୍ଧ କରୁଛନ୍ତି। ଏହି ଗଡମଧୁପୁର ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ସ୍ୱାସ୍ଥ୍ୟ କର୍ମୀଙ୍କ ଭରସାରେ ଚାଲିଛି। ଡାକ୍ତରଖାନା ପରିଷରରେ ଥିବା ଡାକ୍ତର ଆବାସ, କମ୍ପାଉଣ୍ଡର ଆବସ, ଏ ଏନଏମ ଆବାସ ଓ ନୁତନ ଭାବରେ ତିଆରି ହୋଇଥିବା ଏକ କୁଷ୍ଠରୋଗି ଗୃହ ଏବେ ସମ୍ପୁର୍ଣ୍ଣ ପରିତ୍ୟକ୍ତ ହୋଇପଡିଛି। ପ୍ରଶ୍ନ ଉଠୁଛି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଯଦି ଡକ୍ତର ନିଯୁକ୍ତି ଦିଆଜିବ ନାହିଁ ରୋଗିସେବା ଉପରେ ଗୁରୁତ୍ୱ ନାହିଁ ତେବେ ବାରାମ୍ବାର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଚେରୀ ନିର୍ମାଣ, କ୍ୱାଟର ମରାମତିରେ ଏତେ ଟଙ୍କା କାହାସ୍ୱାର୍ଥରେ ଖର୍ଚ୍ଚ କରାଯାଉଛି? ପାଚେରୀ ନିର୍ମାଣ ସରିଥିବା ବେଳେ ଗେଟ ଅଦ୍ୟାବଧି ଲାଗିନାହିଁ। ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଥିବା ଏ ଏନ ଏମ ବସା କୁ କେହି ଜଣେ ଜବର ଦଖଲ କରି ଅଜକୁ କିଛିଦିନ ହେବ ନିଜ ଅକ୍ତିଆରରେ ରଖିଥିବା ଅଭିଯୋଗ ହେଉଥିଲେ ବି ବସାଟିକୁ ଅବରୋଧ ମୁକ୍ତ କରାଯାଉନାହିଁ। ତେବେ ଏ ନେଇ ସମ୍ପୃକ୍ତ ଏଏନଏମ ଚୁପ ରହିବା ପଛରେ କଣ ରହସ୍ୟ ରହିଛି ତାହା ବୁଝାପଡୁ ନାହିଁ। ପରିମଳର ଅବସ୍ତା ଶୋଚନୀୟ। ଓାଚମ୍ୟାନ ଅଭାବରୁ ପ୍ରତ୍ୟେକ କ୍ୱାର୍ଟରରୁ କବାଟ ଝରକା ସହ ସବୁ ପ୍ରକାର ଜିନିଷ ଚୋରି ହୋଇଗଲାଣି। ରୋଗୀରହିବା ପାଇଁ ତିଆରି ହୋଇଥିବା ଘର ଗୋରୁ ଗୁହାଳରେ ପରିଣତ ହୋଇଛି। ଜିଲା ସ୍ୱାସ୍ଥ୍ୟ ଅଧିକାରୀ କୌଣସି ଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତଦନ୍ତ କରି ନିରାକାରଣ ପାଇଁ ଚେଷ୍ଠା କରିଥିବା ଭଳି ମନେ ହୁଏ ନାହିଁ। ଯାଜପୁର ଜିଲ୍ଲାପାଳ ମଧ୍ୟ କୈାଣସି ଦିନ ଏ ସମ୍ବନ୍ଧରେ ସମୀକ୍ଷା କରିଥିବା ଜଣାଯାଏ ନାହିଁ। ୫ଟି ସରକାର ଏହାର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Comments are closed.