www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଶିକ୍ଷାନୁଷ୍ଠାନରେ ଶେଷ ସେମିଷ୍ଟର ପରୀକ୍ଷା ପିଜି ଭଳି ୟୁଜିକୁ ଅନଲାଇନରେ କରାଯାଉ

ଭୁବନେଶ୍ବର : କରୋନା ସଂକ୍ରମଣ ପାଇଁ  ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ହେବକି ନାହିଁ ଛାତ୍ରାଛାତ୍ରୀମାନେ ଦ୍ବନ୍ଦରେ ରହିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ହେବ ବୋଲି ପରୀକ୍ଷାର୍ଥୀମାନେ ଜଣିବାପରେ  ପୁଣି ନିଜକୁ ପ୍ରସ୍ତୁତ କରୁଛନ୍ତି। ହେଲେ ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ବବିଦ୍ୟାଳୟ ୟୁଜି ପାଇଁ ଅଫ୍‌ଲାଇନ୍‌ ଓ ପିଜିରେ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଉଭୟ ୟୁଜି ଓ ପିଜି ପରୀକ୍ଷା ଅନ୍‌ଲାଇନ୍‌ରେ ଅନୁଷ୍ଠିତ କରୁଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ୟୁଜି ପାଇଁ ଅଫ୍‌ଲାଇନର ଏକମାତ୍ର ବିକଳ୍ପ ଭାବେ ବଛିଛନ୍ତି। ଏହାକୁ ଛାତ୍ରଛାତ୍ରୀମାନେ ତିବ୍ର ବିରୋଧ କରିଛନ୍ତି। ପଜି ଭଳି ୟୁଜି ପାଇଁ ମଧ୍ୟ ଉଭୟ ଅନଲାଇନ , ଅଫଲାଇନ ଏବଂ ଓପନବୁକର ବିକଳ୍ପ ଦିଆଯାଉ ବୋଲି ଛାତ୍ରାଛତ୍ରୀମାନେ ଦାବି କରିଛନ୍ତି।

ଛତ୍ରଛାତ୍ରୀଙ୍କ ସୂଚନା ଅନୁଯାୟୀ, ଯଦି ଅଫଲାଇନରେ ପରୀକ୍ଷା କରାଯାଏ ଗମନାଗମନର ଅସୁବିଧା ହେବ। ବିଭିନ୍ନ ଜିଲାରୁ ପରୀକ୍ଷାର୍ଥୀ ଏକାଠି ହେବେ। କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସେପଟେ ଦୀର୍ଘଦିନ ହେବ ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ହୋଇରହିଛି। ଯଦି ଛାତ୍ରାତ୍ରୀମାନେ ପରୀକ୍ଷା ଦେବାକୁ ଆସନ୍ତି ତେବେ ସେମାନେ କେଉଁଠାରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories