www.samajalive.in
Friday, December 5, 2025
23.1 C
Bhubaneswar

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା। ମାତ୍ର ଠିକ ସମୟରେ ପିଲାଟିର ମାଆ ସାପର ଲାଞ୍ଜଟିକୁ ଦେଖି ତୁରନ୍ତ ସାପର ଲାଞ୍ଜ ଟାଣି ପିଲାଟିର ପାଟିରୁ ବାହାର କରିଦେଇଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ଘଟଣା ବରେଲୀ ଫତେଗଞ୍ଜ ପଶିମଚୀ ଥାନା ଅନ୍ତର୍ଗତ ଭୋଲାପୁରର। ଏକ ବର୍ଷକର ପିଲାଟି ଖେଳୁ ଖେଳୁ ଉକ୍ତ ଜିଅନ୍ତା ସାପଟିକୁ ପାଟିରେ ପୁରାଇ ଦେଇଥିଲା। ପିଲାଟିର ମାଆ ସାପ ଲାଞ୍ଜ ଦେଖି ତା’ ପାଟିରୁ ସାପଟିକୁ ଟାଣି ବାହାର କରିବା ସହ ତୁରନ୍ତ ପିଲାଟିକୁ ହସ୍ପିଟାଲ ନେଇଥିଲେ।
ପିଲାଟିର ବାପାଙ୍କ କହିବା ଅନୁଯାୟୀ ଶନିବାର ସକାଳ ସମୟରେ ତାଙ୍କ ପୁଅ ଖେଳୁଥିବା ସମୟରେ ତା’ ନିକଟକୁ ସାପର ଏକ ଛୁଆ ପଳାଇ ଆସିଥିଲା। ପିଲାଟି ହଠାତ ସେହି ସାପ ଛୁଆକୁ ପାଟିରେ ପୁରାଇବା ମାତ୍ରେ ତା’ମାଆ ପାଟିରୁ ଲାଞ୍ଜ ଧରି ସାପକୁ ବାହାର କରି ଥିଲେ ମଧ୍ୟ ସେତେବେଳକୁ ସାପ ଛୁଆଟିର ମୃତ୍ୟୁ ହୋଇଥିଲା। ମୃତ ସାପଟିର ଲମ୍ବ ପ୍ରାୟ ୭ ଇଞ୍ଚ ଥିଲା।
ପିଲାଟିକୁ ତୁରନ୍ତ ହସ୍ପିଟାଲ ନେବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଡ଼ାକ୍ତରଙ୍କ ମତାନୁଯାୟୀ, ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଯାଇଥିବା ଜଣାପଡ଼ିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories