www.samajalive.in
Friday, December 5, 2025
23.1 C
Bhubaneswar

କରୋନା ମୁକାବିଲା : ବଦଳିଲା ନମୁନା ପରୀକ୍ଷା ନିୟମ

ନୂଆଦିଲ୍ଲୀ : କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନମୁନା ପରୀକ୍ଷାକୁ ନେଇ ରହିଥିବା କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରି ଏହି ସୂଚନା ଦେଇଛି।
ଏଣିକି ଟେଷ୍ଟିଂ କରିବା ପାଇଁ ଡାକ୍ତରୀ ପରାମର୍ଶର ଆବଶ୍ୟକତା ହେବ ନାହିଁ। କୌଣସି ବ୍ୟକ୍ତି ଚାହିଁଲେ ନିଜ ଇଚ୍ଛା ଅନୁସାରେ ନିଜର ନମୁନା ପରୀକ୍ଷା କରାଇପାରିବେ। ଟେଷ୍ଟିଂ ପ୍ରକ୍ରିୟାକୁ ଅଧିକ ସରଳ କରି ଶୀଘ୍ର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହି କ୍ଷେତ୍ରରେ ନିଷ୍ପତ୍ତି ନେବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ ଟେଷ୍ଟକୁ ନେଇ ମଧ୍ୟ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ଆଣ୍ଟିଜେନ ଟେଷ୍ଟରେ ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ପୁନଶ୍ଚ ଆରଟିପିସିଆର ଟେଷ୍ଟ କରାଯିବ ନାହିଁ। ଲକ୍ଷଣ ଥାଇ ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଲେ ଆରଟିପିଆର ଟେଷ୍ଟ କରାଯିବ। ସେହିଭଳି ରୋଗୀ ଡିସଚାର୍ଜ ହେବା ପୂର୍ବରୁ ପୁଣି ଥରେ ଟେଷ୍ଟିଂ କରାଯିବାର ଆବଶ୍ୟକତା ନାହିଁ।

ଦେଶରେ ୧ ହଜାର ୬୪୩ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୨୬ଟି
ସରକାରୀ ପରୀକ୍ଷାଗାର ଓ ୬୧୭ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories