www.samajalive.in
Saturday, December 6, 2025
17.1 C
Bhubaneswar

ତିଲେଇମାଳ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଦେବଗଡ଼: ଦେବଗଡ ଥାନା ତଥା ଲଇମୁରା ଫାଣ୍ଡି ଅନ୍ତର୍ଗ ତିଲେଇମାଳ ଜଙ୍ଗଲରୁ ରବିବାର ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଦୟାନିଧି ଅଢା (୪୫) ଓ ତାଙ୍କ ଘର ନିକଟସ୍ଥ ଗଇଲୋ ଗ୍ରାମରେ ବୋଲି ଜଣାପଡ଼ିଛି। ଦୟାନିଧି ଗତ ଗୁରୁବାରଠାରୁ ନିଖୋଜ ଥିବାବେଳେ ଗତକାଲି ସଂଧ୍ୟାରେ ତାଙ୍କର ଗଳିତ ମୃତଦେହ ତିଲେଇମାଳ ଜଙ୍ଗଲରେ ପଡ଼ିଥିବା କିଛି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଗତକାଲି ରାତ୍ରିରେ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର ଲଇମୁରା ଫାଣ୍ଡି ଅଧିକାରୀଙ୍କ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ଦେବଗଡ ଏସ୍‍.ଡି.ପି.ଓ. ସୁଲେମାନ ଏକ୍କା ସେଠାକୁ ଯାଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ହେଁ ପାରିପାର୍ଶ୍ବିକ ପରିସ୍ଥିତିରୁ ଦୟାନିଧିଙ୍କୁ କେହି ହତ୍ୟା କରିବାପରେ ଉକ୍ତ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିବା ଦୟାନିଧିଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories