୧କେଜି ଚିନିରେ ୩ଟଙ୍କା ଟିକସ ପ୍ରସ୍ତାବ ଖାରଜ

0

ନୂଆଦିଲ୍ଲୀ: ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଖୁ ଚାଷୀଙ୍କ କ୍ଷତି ଭରଣ କରିବା ନିମନ୍ତେ ଚିନି ଉପରେ ଜିଏସଟି ବ୍ୟତୀତ ୩ପ୍ରତିଶତ ସେସ ଟିକସ ପାଇଁ ଦିଆଯାଇ ଥିବା ପରାମର୍ଶକୁ ଖାରଜ କରି ଦିଆଯାଇଛି। ତେବେ ଆସାମର ବିତ୍ତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ ଏଭଳି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ଅତିରିକ୍ତ ୬୭୦୦କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇ ଥିଲା ଖାଦ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ତର୍ଜମା କରିବା ପାଇଁ ଚଳିତ ବର୍ଷ ମନ୍ତ୍ରିମଣ୍ଡଳୀୟ ଟିମ ଗଠନ କରାଯାଇ ଥିଲା। ପ୍ରତି କିଲୋରେ ୩ଟଙ୍କା ସେସ ଟିକସ ଲଗାଇବାକୁ ଖାଦ୍ୟ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ଉକ୍ତ ଟିମ ତର୍ଜମା କରିଥିଲେ। ୨୦୧୯ରେ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ସରକାରଙ୍କ ଲୋକପ୍ରିୟତାକୁ ପ୍ରଭାବିତ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଟିମ ଏଭଳି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

Leave A Reply