www.samajalive.in
Sunday, December 7, 2025
13.1 C
Bhubaneswar

କମିଛି ବନ୍ୟା, ବଢୁଛି ସମସ୍ୟା

ବାଙ୍କୀ: ଚଳିତ ବର୍ଷ ମହାନଦୀରେ ବନ୍ୟା ଆସି ବାଙ୍କୀ ଅଞ୍ଚଳର ହଜାର ହଜାର ହେକ୍ଟର ବ୍ୟାପକ ଚାଷ ଜମିରେ ଜଳ ମାଡିଯାଇଛି। କେଉଁଠି ଜମି ଉପରେ ୩ ଫୁଟରୁ ୧୫ ଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ଦୀର୍ଘ ୧୦ ଦିନ ଧରି ଲାଗି ରହିବାରୁ ଧାନ ଠାରୁ ଅଣଧାନ ଫଲ ପର୍ଯ୍ୟନ୍ତ ପଚିଶଢି ନଷ୍ଟ ହୋଇଯାଇଛି। ବିଶେଷ କରି ମହାନଦୀର ଶାଖା ନଦୀ ରଣନଦୀରେ ବନ୍ୟାଜଳ ବିଲିପଡା, ତାଳବସ୍ତ, ଦୋଲଣାପୁର, ଗୋବିନ୍ଦପୁର, ଶିମିଳିପୁର, ହରିରାଜପୁର, ଗୋପାଳପୁର ଓ ଢଁସର ସହିତ ବାଙ୍କୀ ଏନଏସି ଅଞ୍ଚଳର ବ୍ୟାପକ ଚାଷ ଜମି ପ୍ରଭାବିତ ହୋଇଛି।

- Advertisement -

ସେହିପରି ମହାନଦୀର ବନ୍ୟାଜଳ ବାଙ୍କୀ ବ୍ଲକର ଓସ୍ତିଆ, ସୁବର୍ଣ୍ଣପୁର, ରତାଗଡ, ବନ୍ଦାଳ, ବାଉଁଶପୁଟ, କନ୍ତପଁହରା ପ୍ରଭୃତି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ କ୍ଷତି ପହଞ୍ଚାଯାଇଛି। ଦୀର୍ଘ ୧୦ ଦିନ ଧରି ଏବେ ବି ଜମିରେ ପାଣି ଜମି ରହିଛି। ମହାନଦୀରେ ବନ୍ୟା ହ୍ରାସ ପାଇଛି ସତ କିନ୍ତୁ ବ୍ୟାପକ ଅଞ୍ଚଳରେ ଜଳମଗ୍ନ ସୁଧୁରି ନାହିଁ। ଧାର କରଜ କରି ଧାନ ଓ ପନିପରିବା ଫସଲ ଉତାରୁଥିବା ଚାଷୀ ଏବେ ଦୁର୍ଦିନରେ। ସ୍ଥାନୀୟ ବିଲିପଡା, ଶିମିଳିପୁର, ହରିରାଜପୁର ଚାଷୀ ମାନଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବୁଣାଯାଇଥିବା ଧାନ କେଉଁଠି କ୍ଷୀର ଢୋକିଥିଲା ତ କେଉଁଠି ଧାନ ଅମଳ ପାଇଁ ସମୟ ପାଖେଇ ଆସିଥିଲା। ସବୁକିଛି ବନ୍ୟା ଛଡାଇ ଚାଷୀକୁ ଦୁଃଖ ଦେଇଛି। ବନ୍ୟା ପାଣି ଛାଡିଗଲେ ପୁନଃ ଫସଲ ଡେରିବା ସମ୍ଭବ ନୁହେଁ ବୋଲି ପୁରୁଖା ଚାଷୀ ମାନେ କହିଛନ୍ତି। ସେପଟେ ଓସ୍ତିଆ-ସୁବର୍ଣ୍ଣପୁର ପଞ୍ଚାୟତରେ ଜମୀରୁ ପାଣି ଛାଡିବା ଦେଖାଦେଇଥିଲେ ମଧ୍ୟ ଜମିର ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛି। ଗଛ ସବୁ ମାଟି ସହିତ ଖତ ପାଲଟିଛି। କୃଷି ବିଭାଗର ସୂଚନା ଅନୁଯାଇ ଚଳିତ ବନ୍ୟାରେ ବାଙ୍କୀ ବ୍ଲକର ସମସ୍ତ ୧୭ ଗୋଟି ପଞ୍ଚାୟତ ସହିତ ବାଙ୍କୀ ଏନଏସିର ଚାଷୀ ବନ୍ୟା ପ୍ରଭାବରେ କ୍ଷେତରେ ଦୁଃଖ ସାଉଁଟୁଥିଲା ବେଳେ ବାଙ୍କୀ ବ୍ଲକର ୧୮ଟି ପଞ୍ଚାୟତ ବନ୍ୟାରେ ଅଧିକା କ୍ଷତିଗ୍ରସ୍ଥ ହୋଇଛି। ୨ହଜାର ହେକ୍ଟରରୁ ଅଧିକ ପନିପରିବା ଚାଷ ଉଜୁଡି ଯାଇଛି।

ଉଦ୍ୟାନ କୃଷି ବିଭାଗର ସୂଚନାକ୍ରମରେ ପରିବା ଚାଷରେ ପାଥପୁର, କୁଶପଙ୍ଗୀ, ଶିମିଳିପୁର, ହରିରାଜପୁର, ବିଲିପଡା, ଦୁର୍ଗାପୁର, ଗୋପାଳପୁର, ତାଳବସ୍ତ, ଭଗିପୁର ଏବଂ ବାଙ୍କୀ ବ୍ଲକ ଓସ୍ତିଆ, ରତାଗଡ, ବନ୍ଦାଳ, ବାଉଁଶପୁଟ ଅଞ୍ଚଳର ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ହେତୁ ବାଙ୍କୀ ବଜାରରେ ସବୁଜ ପରିବା ସଂକଟରେ ପଡିଛି। ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ଆମ ପ୍ରତିନିଧିଙ୍କ ପରିଦର୍ଶନ ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀ ରାମଚନ୍ଦ୍ର ବେଉରା, ପ୍ରଭାକର ନାୟକ, ଅଗାଧୁ ନାୟକ, ଦିଲ୍ଲିପ ବେଉରା, ବାଉରୀବନ୍ଧୁ ନାୟକ, ଭରତ ସାହୁ ପ୍ରମୁଖ ଚାଷୀ ମାନେ ଉଜୁଡା ଧାନ କ୍ଷେତ ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଅମଳ ହେବାକୁ ଅପେକ୍ଷା କରିଥିବା କ୍ଷେତ ମହାନଦୀର ବନ୍ୟାଜଳ ଓ ଅଂଶୁପା ହ୍ରଦର ପଛୁଆ ଜଳର ପ୍ରଭାବରେ ପ୍ରଭାବିତ ହୋଇଥିବାରୁ ଚାଷୀର ଭାଗ୍ୟ ଉଜୁଡି ଯାଇଥିବା କହି ଧାର କରଜ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବନ୍ୟା ପ୍ରଭାବିତ ଚାଷୀଙ୍କୁ କୃଷି ଋଣ ଛାଡ ସହିତ ପରବର୍ତ୍ତୀ ରବି ଫସଲ ପାଇଁ ବିହନ ଓ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଶତାଧୀକ ଚାଷୀ ଅନୁରୋଧ କରିଛନ୍ତି। ଗାଁ ଠାରୁ ପାଣି ଯେତେ ଛାଡୁଛି ଆଖି ସାମ୍ନାରେ ଉଜୁଡି ଯାଇଥିବା କ୍ଷେତ ଦେଖି ଚାଷୀର ଦୁଃଖ ସେତେ ବଢୁଛି। ଏ ଦିଗରେ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଇ କ୍ଷତି ଆକଳନ ସରକାରଙ୍କ ପାଖରେ ପ୍ରଦାନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories