www.samajalive.in
Sunday, December 14, 2025
26.1 C
Bhubaneswar

ଏଲଏସିରେ ସ୍ଥିତି ଗମ୍ଭୀର କିନ୍ତୁ ସେନାର ମନୋବଳ ଦୃଢ ରହିଛି : ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ  ଉତ୍ତେଜନା ଜାରି ରହିଛି। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଗୁରୁତର ରହିଛି। ତେବେ ଏଥି ସହିତ, ଆମର ସୈନିକମାନଙ୍କର ମନୋବଳ ବହୁତ ଦୃଢ ରହିଛି ଏବଂ ସେମାନେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି।

ସେନା ମୁଖ୍ୟ କହିଛନ୍ତି, ‘ମୁଁ ଲେହରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲି। ମୁଁ ଅଧିକାରୀ, ଜେସିଓଙ୍କ ସହିତ କଥା ହୋଇ ପ୍ରସ୍ତୁତିର ସମୀକ୍ଷା କରିଛି। ସୈନିକମାନଙ୍କର ମନୋବଳ ଅଧିକ ଦୃଢ ରହିଛି ଏବଂ ସେମାନେ ସମସ୍ତ ଆହ୍ବାନର ମୁକାବିଲା କରିବାକୁ ପ୍ରସ୍ତୁତ।
ଜେନେରାଲ ନରୱଣେ କହିଛନ୍ତି, ‘LACରେ ପରିସ୍ଥିତି ଟିକେ ଗମ୍ଭୀର ରହିଛି। LAC ରେ ପରିସ୍ଥିତି ଗମ୍ଭୀର ରହିଛି। ପରିସ୍ଥିତିକୁ ଧ୍ୟାନରେ ରଖି ଆମେ ଆମର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ତଥା ସୁରକ୍ଷା ପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛୁ।

- Advertisement -

ସୂଚନାଯୋଗ୍ୟ, ସ୍ଥଳସେନା ମୁଖ୍ୟ ଜେନେରାଲ ନରୱଣେ ଦୁଇଦିନିଆ ଲେହ ଗସ୍ତରେ ଯାଇ ଗୁରୁବାର ପୂର୍ବ ଲଦାଖ ଅଞ୍ଚଳସ୍ଥିତ ଆଗୁଆ ଘାଟୀଗୁଡ଼ିକୁ ପରିଦର୍ଶନ କରିଥିଲେ। ଏହି ଗସ୍ତକାଳରେ ସ୍ଥଳସେନା ମୁଖ୍ୟ ସେଠାକାର ପରିସ୍ଥିତିର ସମୀକ୍ଷା କରିବା ସହ ସେନାର ଫାୟାର ଆଣ୍ଡ ଫ୍ୟୁରି ଶାଖାର ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଗୁଆ ଘାଟୀଠାରେ କମାଣ୍ଡରମାନଙ୍କ ସହ ଆଲୋଚନା
କରିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚୀନ୍‍ ମଧ୍ୟରେ ଉତ୍ତେଜନା ହ୍ରାସ ନିମନ୍ତେ ଚୁସୁଲ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଭବିଷ୍ୟତରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାକୁ ସେନାମୁଖ୍ୟଙ୍କର ଲେହ ଗସ୍ତ ଏବଂ ଘଟଣାସ୍ଥଳ ତଥା ସେଠାରେ ମୁତୟନ ଥିବା ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବିଶେଷଭାବେ ପ୍ରଭାବିତ କରିବାର ଅନୁମାନ କରାଯାଉଛି। ଜେନେରାଲ
ଏମ୍‍. ଏମ୍‍. ନରୱଣେ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories