www.samajalive.in
Saturday, December 6, 2025
26.1 C
Bhubaneswar

ଛେଳି ଚୋରକୁ ନିସ୍ତୁକ ମାଡ଼ ; ଉଦ୍ଧାର କଲା ପୁଲିସ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଛେଳି ଚୋରଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଜଣାପଡ଼ିଛି। ଧରା ପଡ଼ିଥିବା ଚୋର ଦୁଇ ଜଣ ନିକଟସ୍ଥ ଖଜୁରିଜୁଆଣି ଗ୍ରାମର ରୁଷିନାଥ ମୁଣ୍ଡା ଓରୋଫ୍ ରାଇନା ମୁଣ୍ଡା ଓ ଚିତ୍ତରଞ୍ଜନ ଦଳେଇ ବୋଲି ଜଣାପଡିଛି ।ଛେଳି ଚୋରି କରିବାକୁ ଆସିଥିବା ୫ଜଣ ଯୁବକ ମଧ୍ୟରୁ ୨ଜଣ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଗାଁ ଲୋକେ ଧରିଥିଲେ ।
ସୂଚନା ଯୋଗ୍ୟ , ପୂର୍ବରୁ ଗାଁରେ କ୍ରମାଗତ ଛେଳି ଚୋରି ହୋଇଥିବା ନେଇ ଲୋକେ ଆତଙ୍କିତ ଥିବା ବେଳେ ଗତକାଲି ରାତିରେ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଛେଳି ଚୋରକୁ ଧରିବା ପାଇଁ ଛକି ରହିଥିଲେ ।ଛେଳି ଚୋରି କରୁଥିବା ଚୋର ଦଳ ଏକ ବୋଲେରୋ ଯୋଗେ ଗାଁ ରେ ପହଞ୍ଚି ଛେଳି ଚୋରି କରିବାକୁ ଚେଷ୍ଟା କରୁଥିବା ସମୟରେ ଛକି ରହିଥିବା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ରାତିର ଅନ୍ଧକାର ସୁଯୋଗରେ ୩ଜଣ ଖସି ଯାଇଥିବା ବେଳେ ୨ଜଣ ଙ୍କୁ ଗ୍ରାମବାସୀ ଧରି ଏକ ଘର ଭିତରେ ପୁରାଇ ରଖିବା ସହ ନିସ୍ତୁକ ମାଡ଼ ମାରିଥିଲେ।
ଆଜି ସକାଳୁ ଗ୍ରାମର ଉତ୍ତ୍ୟକ୍ତ ଲୋକମାନେ ଛେଳି ଚୋର ଦୁଇ ଜଣକୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବାକୁ ଜିଦ୍ ଧରିଥିଲେ ।ତେବେ ଘଟଣାସ୍ଥଳରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା , ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକଙ୍କ ସହ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଯୁବକକୁ ଉଦ୍ଧାର କରି ଘଟଗାଁ ଥାନା କୁ ନେଇ ଘଟଣାର ତଦନ୍ତ କରୁଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories