www.samajalive.in
Friday, December 12, 2025
23.1 C
Bhubaneswar

ବିରୋଧିଦଳ ନେତାଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

କଳାପଥର(ବାଙ୍କୀ): ଚଳିତ ବର୍ଷ ମହାନଦୀରେ ବନ୍ୟା ଜଳ ଆସିବାପରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବୁଡିଯିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କଟକ ଜିଲ୍ଲାର ବନ୍ୟାଞ୍ଚଳ ଭାବରେ ପରିଚିତ ବାଙ୍କୀ ଉପଖଣ୍ଡ ଏକ ପ୍ରକାରର ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିବା ସହିତ ବହୁ ଲୋକ ଜଳବନ୍ଦି ଅବସ୍ଥାରେ ରହିଥିଲେ। ଗତ ପ୍ରାୟ ସପ୍ତାହେ ଧରି ଏହି ଅବସ୍ଥାଲାଗି ରହିବା ଫଳରେ ଆଜି କେତେକ ଅଞ୍ଚଳକୁ ଯୋଗାଯୋଗ ହୋଇପାରିଛି।

ବାଙ୍କୀର ଏହି ବନ୍ୟା ପରିସ୍ଥିତି ସମ୍ପର୍କରେ ଅବଗତ ହେବାପାଇଁ ବିଧାନସଭାରେ ବିରୋଧିଦଳ ନେତା ପ୍ରଦୀପ ନାୟକ ବାଙ୍କୀ ଗ୍ରସ୍ତରେ ଆସି ଭଗିପୁର,କଇଁମୁଣ୍ଡି,ପାଥପୁର,ସୁବର୍ଣ୍ଣପୁର,ଓସ୍ତିଆ,ସୁଖୁଆଖଳା,ବିଲିପଡା,ବ୍ରହ୍ମପୁରା,ବିଲିତେନ୍ତୁଳିଆ,ଗୋଳଗଣ୍ଡ ଓ ସାଂପୁର ଆଦି ଗ୍ରାମ ଗୁଡିକ ପରିଦର୍ଶନକରି ବିପନ୍ନଙ୍କ ସହିତ ଆଲୋଚନା କରିଥିଲେ। ବିରୋଧି ଦଳ ନେତାଙ୍କ ବାଙ୍କୀ ଗ୍ରସ୍ତ ସମୟରେ କଟକ ସଦର ବିଧାନସଭା ଆସନର ପ୍ରାର୍ଥୀ ଦୀଲ୍ଲୀପ ମଲ୍ଲୀକ ,ବାଙ୍କୀ ବିଜେପିର ବରିଷ୍ଠ ନେତା ଶୁଭ୍ରାଶୁଂ ମୋହନ ପାଢି,ଅଜୟ ସ୍ୱାଇଁ,ତୁଷାରକାନ୍ତ ଚକ୍ରବର୍ତ୍ତିଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବାଙ୍କୀର ବନ୍ୟା ପରିସ୍ଥିତି ସମ୍ପର୍କରେ ବିରୋଧିଦଳ ନେତା ସରାକାରଙ୍କ ଦୃଷ୍ଟି ଅକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ଇତି ମଧ୍ୟରେ ବାଙ୍କୀ ବ୍ଳକର ୧୧ ଗୋଟି ଗ୍ରାମ ପଞ୍ଚାୟତର ୨୩ ଗୋଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଡମପଡା ବ୍ଳକର ଆଠ ଗୋଟି ପଞ୍ଚାୟତର ୨୨ ଗୋଟି ଗ୍ରାମ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ଉପଖଣ୍ଡର ୧୯ ଗୋଟି ପଞ୍ଚାୟତର ପ୍ରାୟ ୫୩ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବାଙ୍କୀ ଏନଏସସିର ୧୭ ଗୋଟି ଓାର୍ଡରେ ବସବାସ କରୁଥିବା ବହୁ ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଉପଖଣ୍ଡରେ ବ୍ୟାପକ ଫସଲହାନୀ ହୋଇଛି। ଜଳବନ୍ଦି ଅବସ୍ଥାରେ ରହିଥିବା ଲୋକମାନେ ହା-ହୁତାସ ମଧ୍ୟରେ ଗତି କରୁଛନ୍ତି। ଏବେବି ବହୁ ସ୍ଥାନରେ ସରକାରଙ୍କ ରିଲିଫ ସହାୟତା ପହଞ୍ଚିପାରି ନଥିବା ଅଭିଯୋଗ ହେଉଛି। ବନ୍ୟା ପାଣି ଘେରିଯିବା ଯୋଗୁଁ କେତେକ ସ୍ଥାନରେ କଚ୍ଚାକାନ୍ଥ ଭାଙ୍ଗିପଡ଼ିଥିବା ଜଣାଯାଇଛି। ବନ୍ୟା ପାଣି କମିଥିଲେ ହେଁ ଏବେ ସୁଧା ତଳିଆ ଅଞ୍ଚଳରୁ ବନ୍ୟାଜଳ ଛାଡିନାହିଁ। ଧାନ ଫସଲରେ ବନ୍ୟାଜଳ ବୁଡିଯାଇଛି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories