www.samajalive.in
Wednesday, December 10, 2025
26.1 C
Bhubaneswar

ଦାବି ପୂରଣ କରାଯାଉ ନଥିବାରୁ ଟୋଲ ପ୍ଲାଜାକୁ ଦୁଇ ଘଣ୍ଟା ଧରି ବନ୍ଦ ରଖିଲେ କର୍ମଚାରୀ

ପାଟଣା : କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖଂଟଘର ଟୋଲ ପ୍ଲାଜାରେ କର୍ମଚାରୀ ମାନଙ୍କୁ ୮ ଘଂଟା ବଦଳରେ ଦୈନିକ ୧୨ ଘଂଟା କାମ କରାଯାଉଥିବା ସହ ନିୟମିତ ବେତନ ଦିଆଯାଉ ନ ଥିବା ଓ ଟୋଲ ପ୍ଲାଜା କର୍ମଚାରୀ ସଂଘ ପକ୍ଷରୁ କର୍ତୃପକ୍ଷଙ୍କୁ ଦିଅଯାଇ ୧୧ ଦଫା ଦାବି ପୂରଣ କରାଯାଉ ନ ଥିବାରୁ ଆଜି ସନ୍ଧ୍ୟାରେ ଟୋଲ ପ୍ଲାଜାକୁ ୨ ଘଂଟା ଧରି କର୍ମଚାରୀ ମାନେ ବନ୍ଦ କରିଦେଇଥିଲେ । ଯାହାଫଳରେ ବହୁ ଯାନବାହାନ ଟୋଲ ପ୍ଲାଜାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲେ । ଖବର ପାଇ ପୁଲିସ ଆନ୍ଦୋଳନକାରୀ ମାନଙ୍କୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି । ଖଂଟଘର ଟୋଲ ପ୍ଲାଜା କର୍ମଚାରୀ ସଂଘ ପକ୍ଷରୁ ଟୋଲ ପ୍ଲାଜା କର୍ତୃପକ୍ଷ ମେସର୍ସ ସୁରେଶ ଚନ୍ଦ୍ର ଅଗ୍ରୱାଲା ଙ୍କ ସାଧାରଣ ପରିଚାଳକଙ୍କୁ ୧୧ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା । ଦାବି ମଧ୍ୟରେ ୩୦ ପ୍ରତିଶତ ଦରମା ବୃଦ୍ଧି, ଇପିଏଫ ଏବଂ ଇଏସଆଇସି ସୁବିଧା, କର୍ମଚାରୀଙ୍କ ପାଇଁ ଦୂର୍ଘଟଣା ବୀମା, ସିକ୍ୟୁରିଟି ଏଜେନ୍ସିର ପ୍ରତ୍ୟାହାର, ଘରଭଡା, ହାଉସିଂ ଏଲାଉନ୍ସ ଆଦି ଦରମାରେ ମିଶ୍ରଣ, କର୍ମଚାରୀଙ୍କୁ ନିଯୁକ୍ତି ଚିଠି ଓ ପରିଚୟ ପତ୍ର ପ୍ରଦାନ, ଛୁଟି ସମୟର ଦରମା ପ୍ରଦାନ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ସହ ଦରମା ସ୍ଲିପ ପ୍ରଦାନ, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ଦିନକ ପାଇଁ ଛୁଟି, ବକେୟା ଇପିଏଫ ଇଏସଆଇସି ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ , ଜାତୀୟ ଛୁଟି ଦିବସରେ କାମ ପାଇଁ ସେହିଦିନ ପାଇଁ ଦୁଇଗୁଣ ଦରମା ପ୍ରଦାନ ଆଦି ଦାବି ଅର୍ନ୍ତଭୁକ୍ତ ଥିବାବେଳେ କର୍ତୃପକ୍ଷ ଦୀର୍ଘଦିନ ଧରି ଏହି ଦାବି ପୂରଣ କରୁ ନ ଥିବାରୁ ଆଜିର ଆନ୍ଦୋଳନ ହୋଇଥିବା ଜଣାପଡିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories