www.samajalive.in
Saturday, December 6, 2025
19.1 C
Bhubaneswar

ମାନିଲା ପାକିସ୍ଥାନ: କାଶ୍ମୀର ପ୍ରସଙ୍ଗରେ ବିଶ୍ବ ସମୁଦାୟ ଭାରତ ସପକ୍ଷରେ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଆଭିମୁଖ୍ୟକୁ ସାରା ବିଶ୍ବ ଗ୍ରହଣ କରିନାହିଁ । ଭାରତ ସପକ୍ଷରେ ବିଶ୍ବ ସମୁଦାୟ ରହିଛି । ସାରା ଦୁନିଆର ଦେଶକୁ ଲାଗୁଛି ଭାରତର ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ବଜାରରୁ ସେମାନଙ୍କୁ ଅଥିକ ଆର୍ଥିକ ଫାଇଦା ମିଳିବ । ସେଥିପାଇଁ କାଶ୍ମୀର ପ୍ରସଙ୍ଗରେ କେହି ଭାରତ ବିପକ୍ଷରେ ଠିଆ ହେଉନାହାନ୍ତି କି ପାକିସ୍ଥାନକୁ ସମର୍ଥନ କରୁନାହାନ୍ତି ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ।

ଅଲଜଜିରା ଟିିଭିକୁ ଏକ ସାକ୍ଷାତକାର ଦେବା ଅବସରରେ ଇମ୍ରାନ କହିଛନ୍ତି ଯେ ପାକିସ୍ଥାନର ଭବିଷ୍ୟତ ଚୀନ ସହ ଜଡ଼ିତ । ସେନା ଓ ସରକାର ପ୍ରସଙ୍ଗ ଆସିଲେ ଚୀନ ସହ ଆମର ସମ୍ପର୍କ ବେଶ୍ ଭଲ । ଦୁଇ ଦେଶ କାନ୍ଧକୁ କାନ୍ଧ ମିଶାଇ କାମ କରୁଛନ୍ତି। ସେନା ସରକାରଙ୍କ ନୀତିକୁ ସମର୍ଥନ କରୁଛି ଓ ପାକିସ୍ଥାନରେ ସେନା ଓ ସରକାର ମିଳିମିଶି କାମ କରୁଛନ୍ତି । କାଶ୍ମୀର ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ କାଶ୍ମୀର ଏକ ବିବାଦୀୟ କ୍ଷେତ୍ର । ଭାରତ ଗତବର୍ଷ ଅଗଷ୍ଟ ୫ରେ ଏକତରଫା ଭାବରେ ନିଷ୍ପତ୍ତି ନେଇ ଏଠାରୁ ଧାରା ୩୭୦ ଉଠାଇ ଦେଇଛି, ରାଜ୍ୟକୁ ବିଭାଜିତ କରିଛି । ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ଥାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଲେ ସାରା ବିଶ୍ବରେ ଏହାର ପ୍ରଭାବ ପଡ଼ିବ । ବିଶ୍ବର ଅନ୍ୟ ଦେଶଗୁଡ଼ିକ ଲାଗି ଭାରତ ଏକ ସମ୍ଭାବନାପୂର୍ଣ୍ଣ ବଜାର । ସେମାନଙ୍କର ଆର୍ଥିକ ହିତ ଭାରତ ସହ ଜଡ଼ିତ । ମାତ୍ର ପାକିସ୍ଥାନ କାଶ୍ମୀର ପ୍ରସଙ୍ଗରେ କେବେ ପଛଘୁଞ୍ଚା ଦେବ ନାହିଁ, ଏହି ପ୍ରସଙ୍ଗରେ ସର୍ବଦା ସଂଘର୍ଷ ଜାରି ରଖିବ ।

- Advertisement -

କିଛିଦିନ ହେଲା ସାଉଦୀ ଆରବ ସହ ପାକିସ୍ଥାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ ଅବଶ୍ୟ ପାକିସ୍ଥାନକୁ କାଶ୍ମୀର ପ୍ରସଙ୍ଗରେ ସାଉଦୀ ସମର୍ଥନ ମିଳିନାହିଁ, ତଥାପି ସେମାନେ ଆମର ଭଲ ବନ୍ଧୁ । ଆମେ ଚାହୁଁଛୁ ଅର୍ଗାନାଇଜେସନ ଅଫ୍ ଇସ୍ଲାମିକ୍ କୋଅପରେସନ (ଓଆଇସି) ଆମକୁ ସହାୟତା କରୁ । କାଶ୍ମୀର ପ୍ରସଙ୍ଗରେ ଆମକୁ ସମର୍ଥନ ଦେଉ ବୋଲି ଇମ୍ରାନ କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories