www.samajalive.in
Monday, December 8, 2025
27.1 C
Bhubaneswar

ବୁର୍ଲା ଭିମସାର ପାଥୋଲୋଜିର ଡ଼ାକ୍ତର କରୋନା ସଂକ୍ରମିତ, ପାଥୋଲୋଜି ୩ ଦିନ ପାଇଁ ବନ୍ଦ

ବୁର୍ଲା: ବୁର୍ଲା ଭିମସାରରେ କରୋନା ତା’ରା କାୟା ବିସ୍ତାର କରି ଚାଲିଛି। ବୁର୍ଲା ଭିମସାରରେ ୨ ଜଣ ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଡ଼ାକ୍ତର, ୨ ଜଣ ଛାତି ଓ ସଂକ୍ରମଣ ରୋଗ ବିଭାଗ ଡ଼ାକ୍ତର, ଜଣେ ଶଲ୍ୟ ବିଭାଗ ପିଜି ଡ଼ାକ୍ତର, ପାଥୋଲୋଜି ବିଭାଗୀୟ ଜଣେ ଡ଼ାକ୍ତର, ଜଣେ ଶିଶୁ ବିଭାଗର ଡ଼ାକ୍ତର ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ୩ ଦିନ ପାଇଁ ପାଥୋଲୋଜିକୁ ବନ୍ଦ କରିଦିଆ ଯାଇଛି।
ଆଜି ଗୁରୁବାର ସେପ୍ଟେମ୍ବର ୩ରେ ସମୁଦାୟ ଭିମସାରର ୭ ଜଣ ଡ଼ାକ୍ତର ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ବୁଧବାର ୨ ତାରିଖ ଦିନ ଜଣେ ଶଲ୍ୟ ବିଭାଗୀୟ ଡ଼ାକ୍ତର ଏବଂ ଜଣେ ମେଡ଼ିସିନ ବିଭାଗୀୟ ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଗତ ୧ ତାରିଖ ଦିନ ୩ ଜଣ ଡ଼ାକ୍ତର ଏବଂ ୩ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଗତ ଅଗଷ୍ଟ ମାସ ୩୧ ତାରିଖରେ ଏମଆରଅାଇର ୨ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଦୃଷ୍ଟାନ୍ତ ରହିଛି। ଆଜି ଭିମସାରର କରୋନା ଲିଙ୍କ୍‌ ୧୩୧ରେ ପହଞ୍ଚିଛି।
ଭିମସାରରେ ୨ ଜଣ ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଡ଼ାକ୍ତରଙ୍କ ମଧ୍ୟରେ ମିଡ଼ିଆ କୋର୍ଡ଼ିନେସନ କମିଟିର ପ୍ରବକ୍ତା ତଥା ସହଯୋଗୀ ପ୍ରପେସର ଏବଂ ଜଣେ ସହକାରୀ ପ୍ରଫେସର ରହିଛନ୍ତି। ସେପଟେ ୩ ଜଣଙ୍କୁ ହାଇରିଷ୍କରେ ରଖାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଙ୍ଗରେ ଏହି ସ୍ତ୍ରୀ ଓ ପ୍ରସୁତୀ ବିଭାଗର ତାଲିକା ବୃଦ୍ଧି ପାଇବା ସମ୍ଭାବନା ରହିଛି। ୨ ଜଣ ଛାତି ଓ ସଂକ୍ରମଣ ରୋଗ ବିଭାଗ ପିଜି ଡ଼ାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ଶଲ୍ୟ ବିଭାଗ ପିଜି ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଭିମସାର ମେଡ଼ିକାଲ କଲେଜର ପାଥୋଲୋଜି ବିଭାଗୀୟ ଜଣେ ସହଯୋଗୀ ପ୍ରଫେସର ମହିଳା ଡ଼ାକ୍ତରାଣୀ କରୋନା ସଂକ୍ରମିତ ହୋଇଥିଲେ। ପାଥୋଲୋଜି ବିଭାଗର ମହିଳା ଡ଼ାକ୍ତର ଜଣକ ରାଉରକେଲା ଯାଇ ସେଠାରୁ ଫେରିଥିବା ବେଳେ ଅବସରକାଳିନ ସମ୍ବର୍ଦ୍ଧନା ପାଇଁ ସଭାରେ ଯୋଗ ଦେଇ ଡ଼ାକ୍ତର କର୍ମଚାରୀ ମାନଙ୍କ ସହିତ ମିଶାମିଶି ଏବଂ ଖିଆପିଆ କରିଥିଲେ। ଏହା ସହିତ ଗତକାଲି ଜଣେ ଡ଼ାକ୍ତର ତାଙ୍କର ଜନ୍ମଦିନ ପାଳନ ଉପରେ ମଧ୍ୟ ଛୋଟ ଟି’ ପାର୍ଟି ଦେଇଥିବା ବେଳେ ସେଥିରେ ମଧ୍ୟ ମହିଳା ଡ଼ାକ୍ତରାଣୀ ଜଣକ ମିଶିଥିଲେ। ଫଳରେ ପାଥୋଲୋଜି ବିଭାଗକୁ ୩ ଦିନ ପାଇଁ ସଟ ଡ଼ାଉନ କରାଯିବା ସହିତ ପ୍ରାୟ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି। ଜଣେ ଶିଶୁ ବିଭାଗର ସହକାରୀ ପ୍ରଫେସର ଡ଼ାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ବୁଧବାର ୨ ତାରିଖ ଦିନ ଜଣେ ଶଲ୍ୟ ବିଭାଗୀୟ ଡ଼ାକ୍ତର ଏବଂ ଜଣେ ମେଡ଼ିସିନ ବିଭାଗୀୟ ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଗତ ୧ ତାରିଖ ଦିନ ୩ ଜଣ ଡ଼ାକ୍ତର ଏବଂ ୩ ଜଣ କର୍ମ·ରୀ କରୋନା ସଂକ୍ରମିତ ହୋଇଥିଲେ। ଗତ ଶୁକ୍ରବାର ୨୫ ତାରିଖ ଦିନ ଭିମସାର ମେଡ଼ିକାଲ କଲେଜର ଶେଷବର୍ଷ ଏମବିବିଏସ (ୟୁଜି)ଡ଼ାକ୍ତରୀ ଶେଷବର୍ଷ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଦୃଷ୍ଟାନ୍ତ ରହିଥିବା ରହିଛି। ଗତ ଜୁଲାଇ ମାସ ୧୩ ତାରିଖରୁ ଭିମସାରର କେନ୍ଦ୍ରିୟ ଆଇସିୟୁ ଏବଂ କର୍କଟରୋଗ ବିଭାଗ ମଧ୍ୟରୁ କରୋନା ସଂକ୍ରମଣ ଆରମ୍ଭ ହୋଇ କୋଭିଡ଼ ଯୋଦ୍ଧାଙ୍କୁ କବଳିତ କରିବା ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ବିଭାଗ ଇତିମଧ୍ୟରେ ଯୋଡ଼ିହେବାରେ ଲାଗିଛି। ଡ଼ାକ୍ତର, ସେବିକା, କର୍ମ·ରୀ ତଥା ଡ଼ାକ୍ତରଙ୍କ ପରିବାର ବର୍ଗ ସଂକ୍ରମଣରୁ ନିସ୍ତାର ପାଇ ପାରି ନାହାନ୍ତି। ଏପରକି ଆଜକୁ ଭିମସାରର କରୋନା ସଂକ୍ରମିତ ମାତ୍ରା ୧୩୧ରେ ପହଞ୍ଚିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories