www.samajalive.in
Saturday, December 13, 2025
26.1 C
Bhubaneswar

ଭୁଣ୍ଡିମୁହାଣ ପେସ୍କରେ ଚାଷୀଙ୍କୁ ୟୁରିଆ ଯୋଗାଣ

ଚୁଡାପାଲି : ବଲାଙ୍ଗିର ସଦର ବ୍ଲକ ଭୁଣ୍ଡିମୁହାଣ ପ୍ରାଥମିକ କୃଷି ସମବାୟ ସମିତିରେ ଆଜି ଅଣଋଣି ଚାଷୀଙ୍କୁ ସରକାରୀ ଦରରେ ୟୁରିଆ ସାର ଯୋଗାଇ ଦିଆଯାଇଛି। ଏହି ସମବାୟ ସମିତିରେ ୧୦ଖଣ୍ଡ ଗ୍ରାମର ୧୮୫୦ ଜଣ ଚାଷୀ ୮୦୦ ହେକ୍ଟର ଜମିରେ ଚାଷ କରୁଛନ୍ତିା ମୋଟ ୧୮୦ ବସ୍ତା ୟୁରିଆ ୧୮୦ଜଣ ଚାଷୀଙ୍କୁ ଜଣ ପିଛା ଗୋଟିଏ ବସ୍ତା ହିସାବରେ ଟ. ୨୬୬.୫୦ ମୂଲ୍ୟରେ ଯୋଗାଇ ଦିଆଯାଇଛି। ସ୍ଥାନୀୟ କୃଷି ଅଧିକାରୀଙ୍କ କହିବା ମୁତାବକ ଧାନ ଚାଷ ପାଇଁ ପ୍ରତି ହରକ୍ଟରକୁ ୭୫ କେ.ଜି. ୟୁରିଆ ସାର ଆବଶ୍ୟକ ରହିଥିବା ବେଲେ ସମୁଦାୟ ଅଣଋଣୀ ଚାଷୀ ଏବଂ ଋଣି ଚାଷୀଙ୍କୁ ଦୁଇ କିସ୍ତିରେ ମାତ୍ର ୩୨୧ ବସ୍ତା ୟୁରିଆ ସାର ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଛି। ଅର୍ଥାତ ଆହୁରି ୯୦୦ ବସ୍ତା ଆବଶ୍ୟକତା ରହୁଥିବାବେଳେ ୟୁରିଆ ଉପଲବ୍ଧ ହୋଇ ପାରୁନାହିଁ , ଯାହାକି ଧାନର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ବିକ୍ରୟ ସମୟରେ ଚାଷୀଙ୍କ ଭିଡ ଲାଗିଥିବା ବେଳେ ସାର ପାଇ ନଥିବା ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର ବଣ୍ଟନର ସୁପରିଚାଳନା ସି.ଇ.ଓ. ଗୋପବନ୍ଧୁ ସାହୁ,ଭି.ଏ.ଡବ୍ଲୁ. ବାସନ୍ତି ବୁଡେକ, ରଞ୍ଜିତା ସାହୁ ସମେତ ଜିଲା ପରିଷଦ ସଭ୍ୟ ଶ୍ରୀଧର ବାରିକ ଏବଂ ସତ୍ୟନାରାୟଣ ଭୋଇ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories