www.samajalive.in
Sunday, December 14, 2025
14.1 C
Bhubaneswar

ମିଳିଲା ମହିଳାଙ୍କ କଟାମୁଣ୍ଡ, ଅଭିଯୁକ୍ତ ଗିରଫ

ପାଟଣା : ଗତକାଲି କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ନିକଟରେ ମହିଳାଙ୍କ ମୁଣ୍ଡ କାଟି ନେଇ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଆଜି ସଦର ପୋଲିସ କୁଆପଶୀ ଗ୍ରାମରୁ ଗିରଫ କରିଛି। ଏହା ସହ ଅଭିଯୁକ୍ତ କାଟି ନେଇଥିବା ମହିଳାଙ୍କ ମୁଣ୍ଡକୁ ଆଜି ପାଟଣା ଥାନା ସ୍ବାମ ଶାସନ ନିକଟ ମଙ୍ଗଳପୁର ହାଡଖାଇ ନାଳ ନିକଟରୁ ଉଦ୍ଧାର କରିଛି ସଦର ପୋଲିସ। ଗତକାଲି ଅପରାହ୍ନରେ ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତ ଙ୍କ ପତ୍ନୀ କେସରୀ ମହାନ୍ତ (୫୦) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଆସୁଥିବା ବେଳେ ରାସ୍ତା କଡ ବୁଦା ମୁଳରେ ଛକି ରହିଥିବା ଦୁର୍ବୃତ୍ତ ଜଣଙ୍କ ହଠାତ୍ ବୁଦା ମୁଳରୁ ବାହାରି କେସରୀ ମହାନ୍ତଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ ମୁଣ୍ଡକୁ ଧରି ଫେରାର ହୋଇ ଯାଇଥିଲା।

ସଦର ପୋଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ଅଳ୍ପ ଦୂରରେ ଥିବା ଏକ ବୁଦାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତ ଜଗନ୍ନାଥପୁର ଗ୍ରାମର ବାସୁଦେବ ମହାନ୍ତଙ୍କ ପୁଅ ଶରତ ଚନ୍ଦ୍ର ମହାନ୍ତ ଓରଫ ଭୁଲୁ(୩୫)କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପାଟଣା ମଙ୍ଗଳପୁର ହାଡଖାଇ ନାଳ ନିକଟରେ ଫିଙ୍ଗି ଥିବା ସ୍ଥାନରୁ କଟା ମୁଣ୍ଡକୁ ଆଣି ପୋଲିସକୁ ଦେଇଥିବା ଦେଖିବାକୁ ମିଳିଛି। ହତ୍ୟା ଅଭିଯୁକ୍ତ ଭୁଲୁ ମହାନ୍ତ କୁ ପୋଲିସ ସଦର ଥାନାକୁ ନେଇ ଯାଇଥିବା ବେଳେ ମହିଳାଙ୍କ ଗଣ୍ଡି ପଡ଼ିଥିବା ସ୍ଥାନକୁ କଟା ମୁଣ୍ଡକୁ ନେଇ ଶରୀରର ମେଳ ପରଖିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories