www.samajalive.in
Monday, December 8, 2025
27.1 C
Bhubaneswar

କେଶ ଓ ତ୍ୱଚା ପାଇଁ କଖାରୁର ବ୍ୟବହାର

କଖାରୁର ବିଭିନ୍ନ ପ୍ରକାର ତରକାରୀ ଖାଇଥିବେ। ଏହାକୁ ରୋଷେଇ କରିବା ବ୍ୟତୀତ କଖାରୁର ଏପରି ୪ଟି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା କେଶ ଠାରୁ ତ୍ୱଚା ସବୁ ପାଇଁ ବେଶ ଚମତ୍କାରୀ।
୧- କଖାରୁ ତେଲରେ ପୋଟାସିୟମ, ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଭିଟାମିନ ଏ , କେ, ଭରପୁର ମାତ୍ରାରେ ରହିଛି। ତେଣୁ ଏହା କେଶ ପାଇଁ ବେଶ ଉପକାରୀ।
୨ – କଖାରୁରେ ଥିବା ଭିଟାମିନ ଏ, ସି, ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମୁହଁରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ। ମୁହଁର ସୁନ୍ଦରତା ମଧ୍ୟ ବଜାୟ ରଖିଥାଏ।
୩ – କଖାରୁରେ ଥିବା ଜିଙ୍କ ଓ ଭିଟାମିନ ତ୍ୱଚାର ଦାଗ ଦୂର କରିବା ସହ ବ୍ରଣ ହେବାକୁ ଦେଇନଥାଏ।
୪ – ଯେଉଁମାନଙ୍କ କେଶ ଅଧିକ ଶଷ୍କ ସେମାନେ ଏକ କପ କଖାରୁ (କୋରା ହୋଇଥିବା), ୧ ଚାମଚ ନଡ଼ିଆ ତେଲ, ଦହି , ଅଳ୍ପ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ସାମ୍ପୁ କରିବା ପରେ ଏହି ପେଷ୍ଟକୁ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories