www.samajalive.in
Wednesday, December 10, 2025
18.1 C
Bhubaneswar

ପରୀକ୍ଷା ପରିଚାଳନା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ଼ ଅପରେଟିଙ୍ଗ୍‍ ପ୍ରୋସିଜିଓର୍‍ –
ଏସ୍‍.ଓ.ପି. ଜାରି କରାଯାଇଛି। କେବଳ କେଣ୍ଟନ୍‍ମେଣ୍ଟ ଜୋନ୍‍ ବାହାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହିଁ ପରୀକ୍ଷା ପରିଚାଳନା ଲାଗି ଅନୁମତି ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍‍ ମଧ୍ୟରେ ଥିବା କୌଣସି ପରୀକ୍ଷାର୍ଥୀ ବା କର୍ମଚାରୀଙ୍କୁ ଏଥିଲାଗି ଅନୁମତି ଦିଆଯାଇ ନାହିଁ। ତେବେ ସେହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି।

ଏହି ଏସ୍‍.ଓ.ପି.ରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ମାସ୍କ ପିନ୍ଧିବା ଏବଂ ୬ ଫୁଟ୍‍ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାବୁନ୍‍ ବା ଆଲ୍‍କୋହଲ୍‍ ଭିତ୍ତିକ ସାନିଟାଇଜରରେ ବାରମ୍ବାର ହାତ ଧୋଇବା ଉପରେ ମଧ୍ୟ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା ଜାରି
କରାଯାଇଥିବା ବେଳେ କାଶିବା ବା ଛିଙ୍କିବା ସମୟରେ ନିଜର ମୁହଁକୁ ଘୋଡାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ଜନସାଧାରଣ କୌଣସି ପ୍ରକାର ଅସୁସ୍ଥତା ଅନୁଭବ କଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ କୁହାଯାଇଛି। ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ର ଏବଂ ସଂଲଗ୍ନ ସ୍ଥାନକୁ ପ୍ରତ୍ୟେକ ଥର ବିଶୋଧନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories