www.samajalive.in
Sunday, December 7, 2025
23.1 C
Bhubaneswar

ଘରେ ଘରେ ବନ୍ୟାଜଳ ; ପ୍ରଶାସନର ନିଘା ନାହିଁ

ଗୁରୁଡିଝାଟିଆ/ଟାଙ୍ଗି : ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତ ମହାନଦୀର ବନ୍ୟା ପାଇଁ ଜଳବନ୍ଦୀ ଭାବରେ ରହିଛି। ମହାନଦୀର ବନ୍ୟାଜଳ ପାଇଁ ଏହି ପଞ୍ଚାୟତର ଦୁଇଗାଁର ଜନସାଧାରଣ ଗତ ୩ ଦିନ ଧରି ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗୋପିନାଥପଡା ଗାଁର ସଂପୂର୍ଣ୍ଣ ଭାବରେ ମହାନଦୀର ବନ୍ୟାଜଳ ପଶି ରହିଛି। ଘରେ ବନ୍ୟାଜଳ ପଶିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରୋଷେଇ କରି ଖାଇବା ମଧ୍ୟ ସମ୍ଭବ ହେଉନାହିଁ। ତିନିଦିନ ଧରି ଗାଁର ଜନସାଧାରଣ ବନ୍ୟାଜଳ ପାଇଁ ବହୁ ଅସୁବିଧାରେ ରହିଥିଲେ ବି ଆଜି କଟକ ସଦର ତହସିଲଦାର ସମ୍ବିତ କୁମାର ଗଡନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନିରୀକ୍ଷକ ଯଶୋବନ୍ତ ପ୍ରଧାନ ଗାଁ ଭିତରକୁ ଯାଇ ଲୋକମାନଙ୍କ ଦୁର୍ଦ୍ଦଶାକୁ ନିଜେ ଅଙ୍ଗେ ଲିଭାଇଛନ୍ତି। ହେଲେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇନାହିଁ। ଗାଁରେ ଲୋକମାନେ କାହା ଛାତ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କେହି ଘରଛାଡି ଘଣ୍ଟିଖାଲ ଗାଁକୁ ପଳାଇଛନ୍ତି। ସାପ ଭୟ ସାଙ୍ଗକୁ ଭୋକ ଉପାସରେ ଲୋକମାନେ ରହିଛନ୍ତି। ରାଜସ୍ୱ ନିରୀକ୍ଷକ ଶ୍ରୀ ପ୍ରଧାନଙ୍କ ଏହି ଗ୍ରସ୍ତକାଳରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର ସାହୁ, ଜିଆରଏସ କିରଣ ଚନ୍ଦ୍ର ସାହୁ ଓ ଅନ୍ୟକର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ, ଗୋପିନାଥପଡା ଗାଁରେ ଅନୁସୂଚିତ ଜାତି ସହିତ ସାଧାରଣବର୍ଗର ଲୋକମାନଙ୍କୁ ମିଶାଇ ମୋଟ ୪୦ ପରିବାରର ୨ଶହ ଲୋକ ବସବାସ କରିଥାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories