www.samajalive.in
Saturday, December 6, 2025
23.1 C
Bhubaneswar

ସିବିଆଇ ତଦନ୍ତର ଦ୍ବାଦଶ ଦିନ: ୮ ଘଣ୍ଟାରେ ରିଆ ବାପା-ମା’ଙ୍କୁ ପଚରାଗଲା ୧୫ ପ୍ରଶ୍ନ

ଗତ ୪ ଦିନରେ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ପଚାରିଛି ୩୪ ପ୍ରଶ୍ନ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ହେଉଛି ଦ୍ବାଦଶ ଦିନ । ସିବିଆଇ ଆଜି ରିୟାଙ୍କ ମା ସନ୍ଧ୍ୟା ଚକ୍ରବର୍ତୀ ଓ ବାପା ଇନ୍ଦ୍ରଜିତ ଚକ୍ରବର୍ତୀଙ୍କୁ ଜେରା କରିଛି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଭୟଙ୍କୁ ଅଲଗା ଅଲଗା ବସାଯାଇ ଜେରା କରାଯାଇଛି । ଆସନ୍ତାକାଲି ମଧ୍ୟ ଉଭୟଙ୍କୁ ଜେରା ନିମନ୍ତେ ଡ଼କାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅଲଗା ଅଲଗା ବସାଇ ପଚାରିବା ପରିବର୍ତ୍ତେ ଉଭୟଙ୍କୁ ଏକତ୍ର ବସାଇ ଜେରା କରାଯାଇପାରେ । ଆଜି ସିବିଆଇ ଅଧିକାରୀମାନେ ପ୍ରାୟ ୮ ଘଣ୍ଟା ଜେରା କରିଥିଲେ ଓ ଏହି ସମୟରେ ସେମାନେ ୧୫ଟି ପ୍ରଶ୍ନ କରିଥିବା ଜଣାପଡ଼ିଛି ।

୧. ଆପଣମାନଙ୍କୁ କେବେ ଜଣାପଡ଼ିଲା ଯେ ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତୀଙ୍କ ମଧ୍ୟରେ ସମ୍ପର୍କ ରହିଛି ? ସେମାନେ କ’ଣ ବିବାହ କରିବାକୁ ଚାହୁଁଥିଲେ ?

- Advertisement -

୨.ସୌଭିକ (ରିୟାଙ୍କ ଭାଇ) ଆପଣଙ୍କୁ କେବେ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସମ୍ପର୍କରେ ସୂଚନା ଦେଇଥିଲା କି ?

୩. ସୁଶାନ୍ତ ସହ ରିଲେସନରେ ନ ରହିବାକୁ ରିୟା ଆପଣମାନଙ୍କୁ କେବେ କହିଥିଲେ କି ?

୪. ଆପଣମାନେ ସୁଶାନ୍ତଙ୍କୁ କେତେଥର ଭେଟିଛନ୍ତି? ଘରେ କେତେଥର ଭେଟିଛନ୍ତି ଓ ବାହାରେ କେବେ ଭେଟିଛନ୍ତି ?

୫. ଆପଣଙ୍କ ଝିଅ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ ସହ ତାଙ୍କ ଫ୍ଲାଟରେ ରହୁଥିବା ଆପଣଙ୍କୁ କେବେ ଜଣାପଡ଼ିଲା?

୬.ସୁଶାନ୍ତ ସହ ଆପଣମାନଙ୍କର ଦିନକୁ, ସପ୍ତାହରେ ବା ମାସକୁ କେତେଥର ହୋଇଥାଏ ?

୭.ସୁଶାନ୍ତ କେବେ ନିଜେ ଡ଼ିପ୍ରେସନ ମଧ୍ୟରେ ରହୁଥିବା ଆପଣଙ୍କୁ କହିଛି କି ? ରିୟା ଏ ସଂପର୍କରେ ଆପଣଙ୍କୁ କେବେ ଜଣାଇଛି କି ?

୮. ସୁଶାନ୍ତ ସିଂହ ରାଜପୁତ ସହ ଆପଣଙ୍କର କେବେ କିଛି ଅର୍ଥ ନେଣଦେଣ ହୋଇଛି କି ?

୯.ସୁଶାନ୍ତ ସିଂହ ରାଜପୁତଙ୍କ ଟଙ୍କା, ଅର୍ଥରାଶିକୁ ନେଇ ଆପଣମାନେ କେବେ ରିୟା ଚକ୍ରବର୍ତୀଙ୍କ ସହ କଥା ହୋଇଛନ୍ତି କି?

୧୦. ଆପଣଙ୍କୁ କଣ ଜଣା ଥିଲା ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଟଙ୍କା ପଇସା ସୌଭିକ୍ ଖର୍ଚ କରୁଥିଲେ ?

୧୧. ଆପଣ କେବେ କାହିଁକି ସୌଭିକ୍ ବା ରିୟାଙ୍କୁ ସୁଶାନ୍ତଙ୍କ ଅର୍ଥ ଖର୍ଚ କରିବାକୁ ରୋକି ନ ଥିଲେ ?

୧୨. ରିୟା ଚକ୍ରବର୍ତୀଙ୍କ ସହ ଡ଼୍ରଗ ମାଫିଆଙ୍କ ସମ୍ପର୍କ ନେଇ ଆପଣଙ୍କୁ ଜଣା ଥିଲା କି ?

୧୩. ରିୟା ବା ସୌଭିକଙ୍କୁ ଆପଣମାନେ କେବେ ନିଶା ନେଉଥିବା ସମୟରେ ଧରିଥିଲେ କି ?

୧୪. ସୁଶାନ୍ତଙ୍କ ପରିବାର ସଦସ୍ୟମାନଙ୍କ ସହ ଆପଣମାନଙ୍କର କେବେ ଭେଟ ବା କଥାବାର୍ତା ହୋଇଛି କି ?

୧୫. ସୁଶାନ୍ତଙ୍କୁ ଆପଣ କେବେ କିଛି ଔଷଧ ଦେଇଥିଲେ କି ? ଯଦି ଦେଇଥିଲେ ତେବେ ଔଷଧର ନାଁ କ’ଣ?

ସିବିଆଇ ଆଜି ଦିନ ତମାମ ଏହି ପ୍ରଶ୍ନକୁ ନେଇ ରିୟାଙ୍କ ପିତାମାତାଙ୍କୁ ଜେରା ଚଳାଇଥିବା ବେଳେ ଅନ୍ୟପକ୍ଷରେ ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି) ଡ଼୍ରଗ୍ସ କାରବାରକୁ ନେଇ ଗୌରବ ଆର୍ଯ୍ୟଙ୍କୁ ଜେରା କରିଛି । ସୂଚନା ଅନୁସାରେ ଗୌରବଙ୍କୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କ ସହ ମୋବାଇଲ୍ ଚାଟକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଉଭୟ ଏହି ଚାଟିଂରେ ଡ଼୍ରଗ୍ସ ସମ୍ପର୍କରେ ଅଲୋଚନା କରିଥିବା ସୁରାପ ପାଇଛି । ଗୌରବଙ୍କୁ ରିୟା ଓ ତାଙ୍କ ଭାଇ ସୌଭିକ୍ ସହ ଅର୍ଥ ନେଣଦେଣ ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇଛି ।

ଗତକାଲି ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ସିବିଆଇ ଜେରା କରିଥିଲା । ଆଇପିଏସ୍ ନୂପୁର ଶର୍ମା ଉଭୟଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲେ । ଏହା ସହ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଶ୍ରୁତି ମୋଦୀ, ରୋଷେଇଆ ନିରଜ ସିଂହ ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ରଜତ ମେୱାନୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ଏହି ଜେରା ସମୟରେ ରିୟାଙ୍କୁ ଡ଼୍ରଗ୍ସ ସଂକ୍ରାନ୍ତ ଚାଟ୍ ଓ ସୁଶାନ୍ତଙ୍କ ଘରେ ହୋଇଥିବା ପାର୍ଟି ସଂପର୍କରେ ପଚରା ଯାଇଥିଲା । ମାତ୍ର ରିୟା ଏ ସମୟରେ କୌଣସି ସଠିକ୍ ଉତ୍ତର ଦେଇ ପାରି ନ ଥିବା ସୂଚନା ମିଳିଛି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories