www.samajalive.in
Friday, December 5, 2025
17.1 C
Bhubaneswar

ଓଡ଼ିଶା ପାଇଁ ଖୁସି ଖବର, ଦିନକରେ ସୁସ୍ଥ ହେଲେ ୩,୪୮୪ କରୋନା ଆକ୍ରାନ୍ତ

ଭୁବନେଶ୍ବର:ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରକେ ୩,୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ୩,୪୮୪ କୋଭିଡ୍‌-୧୯ ରୋଗୀ ଆରୋଗ୍ୟ ଲାଭ କରିବା ସହିତ ଓଡ଼ିଶା କୋଭିଡ୍‌-୧୯ ଆରୋଗ୍ୟ କ୍ଷେତ୍ରରେ ଏକ ନୂତନ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ମହାମାରୀକୁ ପ୍ରତିହତ କରିବାରେ ନିରବଚ୍ଛିନ୍ନ ଉଦ୍ୟମ ଓ ସ୍ୱାସ୍ଥକର୍ମୀ ତଥା କୋଭିଡ୍‌ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଯୋଗୁଁ ରାଜ୍ୟ ଏହି ସଫଳତା ହାସଲ କରିପାରିଛି ବୋଲି ସେ କହିଛନ୍ତି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୮,୩୯,୮୫୪ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୦୬,୫୬୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୦,୭୭୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ଆଜିର ସୁସ୍ଥ ସଂଖ୍ୟା ୩, ୪୮୪ ରହିଛି। ୫୦୩ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୫,୨୩୫ ରହିଛି। ୨୮,୭୧୯ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୮୦ ହଜାର ୭୭୦କୁ ବୃଦ୍ଧି ପାଇଛି। ରାଜ୍ୟରେ ସୁସ୍ଥ ହୋଇଥିବା ୩,୪୮୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁର ୩୧୪, ରାୟଗନା ୩୦୨, ଗଞ୍ଜାମ ୨୫୩, କେନ୍ଦ୍ରାପଡ଼ା ୧୬୨, କଟକ ୧୪୩ ଓ ମୟୁରଭଞ୍ଜ ଜିଲାରୁ ୧୩୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ ଯୋଗେ ସ୍ବଚନା ଦେଇଛନ୍ତି।

- Advertisement -

ସେହିପରି କୋରାପୁଟ ୧୩୦, ନୟାଗଡ଼ ୧୨୬, ବାଲେଶ୍ବର ୧୦୫, ମାଲକାନଗିରି ୮୭, ସୁନ୍ଦରଗଡ଼ ୮୬, ସମ୍ବଲପୁର ୮୪, ପୁରୀ ୮୨, ଭଦ୍ରକ ୬୩ , ଜଗତସିଂହପୁର ୬୨, ଝାରସୁଗୁଡ଼ା ୫୯, ବରଗଡ଼ ୫୭, ବଲାଙ୍ଗିର ୫୪, କନ୍ଧମାଳ ୫୨, ଅନୁଗୁଳ ୫୧, କେନ୍ଦୁଝର ୪୬, ସୋନପୁର ୩୫, ନବରଙ୍ଗପୁର ୨୫, ଗଜପତି ୨୩, ଢେଙ୍କାନାଳ ୨୩, କଳାହାଣ୍ଡି ୧୬, ବୌଦ୍ଧ ୧୨, ଦେଓଗଡ଼ ୭ ଓ ନୂଆପଡ଼ା ଜିଲାରୁ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories