www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠାରୁ ଅନ୍‍ଲକ୍‍-୪, ୭ରୁ ମେଟ୍ରୋ ରେଳ ସେବା

ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ କୋଭିଡ କଟକଣା କୋହଳ ଲାଗୁ ହୋଇଛି। ସରକାର ଏ ସଂକ୍ରାନ୍ତରେ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମାବଳୀ ଚଳିତମାସ ୩୦ ତାରଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତ ଶନିବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶାବଳୀ ଜାରି କରିଥିଲା, ଯାହା ଅନୁସାରେ କଣ୍ଟେନମେଣ୍ଟ ଜୋନ୍‍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ଆସନ୍ତା ୭ ତାରିଖରୁ ସମଗ୍ର ଦେଶରେ ମେଟ୍ରୋ ରେଳ ସେବା ଆରମ୍ଭ ହେବ। ତେବେ ସ୍କୁଲ ଓ କଲେଜଗୁଡ଼ିକ ପୂର୍ବଭଳି ବନ୍ଦ ରହିବ।

ଆସନ୍ତା ୨୧ ତାରିଖରୁ ଧାର୍ମିକ, ରାଜନୈତିକ, ସାମାଜିକ ଓ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଲୋକମାନଙ୍କର ଏକତ୍ରିକରଣକୁ ଅନୁମତି ଦିଆଯାଇଛି ତେବେ ଲୋକମାନଙ୍କ ସଂଖ୍ୟା ୧୦୦ ମଧ୍ୟରେ ସୀମିତ ରଖାଯାଇଛି। ଏହି ସମୟରେ ଶାରିରୀକ ଦୂରତା ବଜାୟ ରଖିବା ଓ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବିମାନ ଚଳାଚଳ ବ୍ୟତୀତ ଆନ୍ତର୍ଜାତିକ ବିମାନ ଚଳାଚଳ ପୂର୍ବଭଳି ବନ୍ଦ ରହିବ। ତେବେ ରାଜ୍ୟ ଭିତରେ ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଲୋକମାନଙ୍କର ଗମନାଗମନ ଓ ମାଲ ପରିବହନ ଉପରୁ କୌଣସି କଟକଣା ଲାଗୁ କରାଯାଇ ନାହିଁ। ଏଭଳି ପରିବହନ କ୍ଷେତ୍ରରେ ଇ-ପର୍‍ମିଟ୍‍ର ଆବଶ୍ୟକ ପଡିବ ନାହିଁ କଣ୍ଟେନମେଣ୍ଟ ଜୋନ୍‍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ବିନା କୌଣସି ପ୍ରକାରର ବନ୍ଦ କଟକଣା ଲାଗୁ ନକରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories