www.samajalive.in
Sunday, December 7, 2025
23.1 C
Bhubaneswar

ଶିବ ପଢିବେ ଯୁକ୍ତ ୩ ବିଜ୍ଞାନ, ସହଯୋଗର ହାତ ବଢ଼ାଇଲେ କାଲିମେଳା ତହସିଲଦାର

କାଲିମେଳା: ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଜଣେ ମେଧାବୀ ଛାତ୍ରଙ୍କୁ ଯୁକ୍ତ ୩ ବିଜ୍ଞାନ ପଢିବା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଗ୍ରାମର ନଣ୍ଡା ହରିଜନଙ୍କ ପୁଅ ଶିବ ହରିଜନ ଚଳିତ ବର୍ଷ ବାଲିମେଳା କଲେଜରୁ +୨ ବିଜ୍ଞାନରେ ୮୦ପ୍ରତିଶତ ମାର୍କ ରଖି ପାସ କରିଛନ୍ତି। ସେ ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ଅର୍ଥ ଯୋଗାଡ କରିପାରୁନାହାନ୍ତି। ତାଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି।

ଏ ସମ୍ପର୍କରେ ମାଲକାନଗିରିର ସମାଜସେବୀ ସନ୍ତୋଷ କୁମାର ଖେମୁଡୁ ଜାଣିବା ପରେ ସେ ଶିବଙ୍କୁ ନେଇ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ପାଖରେ ପହଂଚିଥିଲେ। କାଲିମେଳା ତହସିଲଦାର ଶିବଙ୍କୁ ଉଚ୍ଚ ଶିକ୍ଷା ପାଇଁ +୩ ବିଜ୍ଞାନରେ ନାମ ଲେଖାଇବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ତାଙ୍କର ସମସ୍ତ ପଢିବା ଖର୍ଚ୍ଚ ବହନ କରିବେ ବୋଲି କହିବା ସହ ତାର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories