www.samajalive.in
Saturday, December 6, 2025
15.1 C
Bhubaneswar

ଶିକ୍ଷକଙ୍କ ନୂତନ ପଦୋନ୍ନତିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ ଉଦ୍ୟମ ଅଭିଯୋଗ

ନବରଙ୍ଗପୁର: ଜିଲା ଶିକ୍ଷାବିଭାଗ ଦ୍ୱାରା ଶିକ୍ଷକଙ୍କର ନୂତନ ପଦୋନ୍ନତିରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରାଯାଇଛି। ଏ ସଂପର୍କରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ, ନବରଙ୍ଗପୁର ପକ୍ଷରୁ ଏକ ଦାବୀପତ୍ର ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ନୂତନ ପଦୋନ୍ନତି ତାଲିକା ସଂଶୋଧନ କରି ନିଯୁକ୍ତି ପ୍ରଦାନ ଓ କାଉନସେଲିଂ ମାଧ୍ୟମରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରାଥମିକ ଶିକ୍ଷକମାନଙ୍କୁ ଲେଭେଲ୍‍ ୫ଏ” ରୁ ୫ବି”କୁ ଓ ଲେଭେଲ୪”ରୁ ଲେଭେଲ ୫” କୁ ପଦୋନ୍ନତି ଦେବାକୁ ସ୍ଥିିର କରାଯାଇଛି। କିନ୍ତୁ କେବଳ ନବରଙ୍ଗପୁର ଜିଲାରେ ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଛି।

ମାଟ୍ରିକ-ସିଟି, ବିଏ-ସିଟି ଓ +୨ ସିଟିକୁ ଗୋଟିଏ ତାଲିକା କ୍ରମାନ୍ୱୟରେ ରଖାଯାଇଥିବା ବେଳେ ବିଏ/ବିଏସ୍‍ସିି-ବିଇଡିଙ୍କୁ ଅନ୍ୟ ଏକ ତାଲିକା କ୍ରମାନ୍ୱୟ କରି ରଖାଯାଇଛି। ଯାହାକି ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ନିର୍ଦ୍ଦେଶକଙ୍କର ସ୍ପଷ୍ଟିକରଣ ପତ୍ର ନଂ -୧୩୫୭୧,ତା ୫.୮.୨୦ ପ୍ରକାରେ ପଦୋନ୍ନତି ତାଲିକାକୁ ସଂଶୋଧନ କରି ପୁନଃ ଅନୁମୋଦନ ପାଇଁ ପ୍ରେରଣ କରିବାକୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ପ୍ରବଳ ବିରୋଧ କରାଯିବବୋଲି ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ରରେ ଚେତାବନୀ ଦିଆଯାଇଛି। ଏସଂପର୍କରେ ସଂଘ ସହିତ ଆଲୋଚନା କରିବା ପରେ ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ ନରମିବା ସହିତ ସରକାରୀ ନିର୍ଦ୍ଦେଶ ପ୍ରକାରେ ପଦୋନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସଂଘ ପକ୍ଷରୁ ଏହାର ନକଲ ଶିକ୍ଷା ନିର୍ଦ୍ଦେଶକ ଓ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ମହାସଚିବ ଭୂବନେଶ୍ୱରଙ୍କୁ ଅବଗତ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରେରଣ କରି ଆଲୋଚନା କରାଯାଇଛି। ରାଜ୍ୟ ସଂଘ ପକ୍ଷରୁ ଶିକ୍ଷା ନିର୍ଦ୍ଦେଶକଙ୍କର ସହ ଆଲୋଚନା କରିବା ପରେ ନିର୍ଦ୍ଦେଶକ ନବରଙ୍ଗପୁର ଜିଲାଶିକ୍ଷା ଅଧିକାରୀଙ୍କୁ ତାଗିଦ କରିବା ସହ ତୁରନ୍ତ ସଂଶୋଧନ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘର ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ ଙ୍କର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୀର୍ଘ ୩ଘଣ୍ଟା ଧରି ଅପେକ୍ଷା କରିବା ପରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିବାବେଳେ ଏହାକୁନେଇ ସଂଘ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories