ଚନ୍ଦ୍ରଶେଖରପୁର: ଏହି ଥାନା ଅନ୍ତର୍ଗତ ପଦ୍ମାବତୀ ବିହାରରେ ଏକ ନିର୍ମାଣାଧୀନ ଚାରିମହଲା ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ନାୟକ। ଘର ନୟାଗଡ଼ ବାହାଡ଼ଝୋଲାରେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ ସୂଚନା ଅନୁଯାୟୀ, ଉକ୍ତ ଘର କାମରେ ନିୟୋଜିତ ଶ୍ରମିକ ରମେଶ ସୋମବାର ରାତିରେ ଛାତ ଉପରେ ଶୋଇଥିଲେ। କୌଣସି କାରଣରୁ ସେ ଛାତରୁ ତଳକୁ ଖସି ପଡ଼ି ପଡ଼ୋଶୀ ଘର ପାଚେରିରେ ଲଟ୍କି ରହିଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ସମ୍ପୃକ୍ତ ଶ୍ରମିକ ଗତକାଲି କାମରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।
ଚାରିି ମହଲାରୁ ଖସି ଶ୍ରମିକ ମୃତ
Popular Categories



