www.samajalive.in
Sunday, December 7, 2025
14.1 C
Bhubaneswar

ବଦଳିଲେ ୨୫ ବରିଷ୍ଠ ଓଏଏସ୍ ଅଧିକାରୀ; ଦୟାନିଧି ନାୟକ କୃଷି ଓ ମେରୀ ଲାକ୍ରା ଅବକାରୀ ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୫ ଜଣ ଓଏଏସ ଅଧିକାରୀଙ୍କୁ ଭିନ୍ନଭିନ୍ନ ସ୍ଥାନକୁ ବଦଳି କରିଛନ୍ତି । ଦୟାନିଧି ନାୟକଙ୍କୁ କୃଷି ବିଭାଗ ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଥିବାବେଳେ ମେରୀ ଲାକ୍ରାଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବରେ ବଦଳି କରାଯାଇଛି ।

ଶୈଳେନ୍ଦ୍ର କୁମାର ଦ୍ବିବେଦୀଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, କୃଷ୍ଣ ପ୍ରସାଦ ପତିଙ୍କୁ ଇ ଏଣ୍ଡ ଆଇଟି ବିଭାଗ ଅତିରିକ୍ତ ସଚିବ, ମୋହନ ଚରଣ ଦାସଙ୍କୁ ମହିଳା, ଶିଶୁକଲ୍ୟାଣ ଓ ମିଶନ ଶକ୍ତିର ଅତିରିକ୍ତ ସଚିବ , ପ୍ରଭାତ କୁମାର ଭୋଇଙ୍କୁ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି ।

- Advertisement -

ବିଶ୍ବନାଥ ବାରିକଙ୍କୁ ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବ, ଦୁର୍ବାଦଳ ମେହେରଙ୍କୁ ଶିଳ୍ପ ବିଭାଗ ଅତିରିକ୍ତ ସଚିବ, ମନୋଜା ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଅତରିକ୍ତ ସଚିବ, ତ୍ରିଲୋଚନ ମାଝିଙ୍କୁ ଆୟୁଷ ନିର୍ଦେଶକ, ନୃସିଂହ ଚରଣ ସ୍ବାଇଁଙ୍କୁ ଅର୍ଥ ବିଭାଗ ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି ।

ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗ ଅତିରିକ୍ତ ସଚିବ, ପୁରନ୍ଦର ଧାରୁଆଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ, ଅନୀଲ କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗ ଯୁଗ୍ମ ସଚିବ, ଅଞ୍ଜନା ପଣ୍ଡାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଯୁଗ୍ମ ସଚିବ, ଲିପ୍ସା ଦାସଙ୍କୁ ଶକ୍ତି ବିଭାଗ ଯୁଗ୍ମ ସଚିବ, ନିତ୍ୟାନନ୍ଦ ବାରିକଙ୍କୁ କନ୍ଧମାଳ ପିଡ଼ି ଡ଼ିଆରଡ଼ିଏ, ପ୍ରଭାତ କୁମାର ମହାପାତ୍ରଙ୍କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଯୁଗ୍ମ ନିର୍ବାଚନ କମିଶନ ଭାବରେ ନିଯୁକ୍ତି ମିଳିଛି ।

ଅନୁରୂପ ଭାବରେ ବିଶ୍ବଜିତ୍ ମହାପାତ୍ରଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ଭାବରେ ଅବସ୍ଥାପିତ କରାଯାଇଛି । ରେଣୁପ୍ରଭା ନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ସଚିବ, ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ପି.ଏ. ବିଭାଗ ଯୁଗ୍ମ ସଚିବ ଭାବେ, ସୁମିତ୍ରା ସେନାପତିଙ୍କୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଯୁଗ୍ମ ସଚିବ, ଦୌଲତ ଚୌକିଦାରଙ୍କୁ ପାନପୋଷ ଉପଜିଲାପାଳ ରାଜେଶ କୁମାର ଅଗ୍ରୱାଲଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ଉପ ସଚିବ ରୂପେ ବଦଳି କରାଯାଇଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories