www.samajalive.in
Sunday, December 7, 2025
26.1 C
Bhubaneswar

ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ୨୫୮୦ କୋଟି ଟଙ୍କାର ଚୁକ୍ତି

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଜି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି ।  ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା ପାୱାର କଂପାନୀ ଲିମିଟେଡ଼, ଲାର୍ସନ ଆଣ୍ଡ ଟୁବ୍ରୋ ସଂସ୍ଥା ସହ ୨୫୮୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ୩ଟି କଂପାନୀ ଭାରତୀୟ ସେନାର ଆର୍ଟିଲାରି ରେଜିମେଣ୍ଟ ନିମନ୍ତେ ୬ଟି ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ବା ରେଜିମେଣ୍ଟ ଯୋଗାଇବ ।

ଏହି ରେଜିମେଣ୍ଟ ମଧ୍ୟରେ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଉପକରଣ ଆଦି ଅନ୍ତର୍ଭୁକ୍ତ । ଏହି ୬ଟି ପିନାକ ରେଜିମେଣ୍ଟରେ ୧୧୪ଟି ଲଞ୍ଚର, ସ୍ୱୟଂକ୍ରିୟ ଲକ୍ଷ୍ୟଭେଦୀ କମାଣ ବା ଏଜିଏପିଏସ୍‌, ୪୫ଟି କମାଣ୍ଡ ପୋଷ୍ଟ ଅନ୍ତର୍ଭୁକ୍ତ । ଟାଟା ପାୱାର କଂପାନୀ ଓ ଲାର୍ସନ ଆଣ୍ଡ ଟୁବ୍ରୋଠାରୁ ମୁଖ୍ୟତଃ ଏହି ରେଜିମେଣ୍ଟ କିଣାଯିବ । ସେହିଭଳି ଭାରତ ଆର୍ଥମୁଭର୍ସ ସେନାକୁ ୩୩୦ଟି ଭାରୀଯାନ ବିକ୍ରି କରିବ । ଏହି ୬ଟି ପିନାକ ରେଜିମେଣ୍ଟକୁ ଦେଶର ଉତ୍ତର ଓ ପୂର୍ବାଞ୍ଚଳ ସୀମାନ୍ତରେ ମୁତୟନ କରାଯିବ । ଏହାଫଳରେ ସେନାର ଲଢେଇ ଦକ୍ଷତା ଓ ପ୍ରସ୍ତୁତି ବୃଦ୍ଧି ପାଇବ ।  ୨୦୨୪ ସୁଦ୍ଧା ଏହା ମିଳିବ ବୋଲି ଆଶା କରାଯାଉଛି ।  ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ)ର ଡିଜାଇନ୍‌ ଏବଂ ଜ୍ଞାନକୌଶଳ ଅନୁସାରେ ଏହି ସଂସ୍ଥାଗୁଡିକ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ନିର୍ମାଣ କରିବେ । ଏହି କ୍ରୟ ଯୋଜନାରେ ହୋଇଥିବା ଚୁକ୍ତି ଅନୁସାରେ ସଂପୃକ୍ତ ପିନାକ ରେଜିମେଣ୍ଟଗୁଡିକ ୭୦ ଶତାଂଶ ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅନୁମୋଦନ କରିଛନ୍ତି ।

- Advertisement -

ପିନାକ ବହୁମୁଖୀ ଲଞ୍ଚ ରକେଟ ସିଷ୍ଟମ୍‌ ବା ଏମ୍‌ଏଲ୍‌ଆରଏସ୍‌ ଡିଆରଡିଓ ଦ୍ୱାରା ଦେଶୀ କାରିଗରୀ ନକ୍ସା ଓ ଜ୍ଞାନକୌଶଳରେ ନିର୍ମିତ ହୋଇ ଉପର ୩ଟି ସଂସ୍ଥା ଦ୍ୱାରା ଉତ୍ପାଦିତ ହେବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଭାରତ ଯେଉଁ ନିଷ୍ପତ୍ତି ନେଇଛି ତଦନୁସାରେ ପ୍ରଥମ ଥର ପାଇଁ ଘରୋଇ-ସରକାରୀ ସହଭାଗିତାରେ  ଦେଶ ଭିତରେ ଏହି କ୍ଷେପଣାସ୍ତ୍ର ଉତ୍ପାଦିତ ହେବ ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories