www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ଭାରତ ସୀମାରେ ପଶିଲା ଚୀନ; ବ୍ରିଗେଡ଼ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ଚୀନ ଆରମ୍ଭ କରିଛି ଚାଲବାଜୀ । ଗତ ରବିବାର ରାତିରେ ଭାରତ ସୀମାରେ ଚୀନ ସେନା ପ୍ରବେଶ କରିଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛିଯେ ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା । ସ୍ଥିତି ସ୍ୱାଭାବିକ କରିବା ଲାଗି ସହମତି ପ୍ରକାଶ ପାଇଥିଲା । କିନ୍ତୁ ଚୀନର ପିଏଲଏ ସେନା ସ୍ଥିତି ବିଗାଡ଼ିବା ପାଇଁ ଅହରହ ପ୍ରୟାସ ଚଳାଇଛି । ସେମାନେ ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯ ଓ ୩୦ ତାରିଖ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିଦେଇଛି । ଚୀନ ସେନା ଯେଉଁ ଉଦ୍ଦେଶ୍ୟ ରଖି ଏଭଳି ଏକତରଫା କାର୍ଯ୍ୟକଳାପ ଚଳାଇଥିଲା, ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଛି । ଆଲୋଚନା ମାଧ୍ୟମରେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ଭାରତୀୟ ସେନା ପ୍ରତିଶ୍ରୁତିବଦ୍ଧ । ତତସହିତ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ମଧ୍ୟ ଭାରତ ସମ ପରିମାଣରେ ସଂକଳ୍ପବଦ୍ଧ । ତେବେ ଏଭଳି ସମସ୍ୟାର ପ୍ରତିକାର ପାଇଁ ଚୁସୁଲଠାରେ ଏକ ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ ମିଟିଙ୍ଗ ଜାରି ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories